ନୂଆଦିଲ୍ଲୀ: ଭାରତ ସହ ଲଢି ଏବେ ନିଜ ମୃତ୍ୟୁକୁ ନିଜେ ନିମନ୍ତ୍ରଣ ଦେଇଛି ପାକିସ୍ତାନ । ଭାରତର ଅପରେସନ ସିନ୍ଦୂର ପରେ ତ୍ରାହିତ୍ରାହି ଡାକୁଛି ପାକିସ୍ତାନ । ଭାରତ ଉପରେ ପାଲଟା ଆକ୍ରମଣ କରିବାକୁ ଉଦ୍ୟମ କରି ପାଣି ପିଉଛି । ଗୁରୁବାର ରାତିରେ ସୀମା ନିକଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଉଦ୍ୟମ କରି ପାନେ ପାଇଛି ପାକିସ୍ତାନ । ଭାରତର ପ୍ରଚଣ୍ଡ ଆକ୍ରମଣରେ ଥରହର ପାକିସ୍ତାନ । ଇସାଲାମାବାଦ, ଲାହୋର, ରାୱଲପଣ୍ଡ, ପେଶାୱର ସମେତ ୧୦ରୁ ଅଧିକ ସହର ଛାରଖାର ହୋଇଛି । ପାକିସ୍ତାନ ପଟୁ ସୀମା ନିକଟରେ ଜମ୍ମୁ-କାଶ୍ମୀର, ରାଜସ୍ଥାନ ଏବଂ ପଞ୍ଜାବର ଏକାଧିକ ସ୍ଥାନକୁ ଟାର୍ଗେଟ କରି ବହୁସଂଖ୍ୟାରେ ରକେଟ, ଡେଆନ ଏବଂ ଗୋଳା ବର୍ଷା ହୋଇଥିଲା । ତେବେ ଭାରତ ଏହି ସମସ୍ତ ଆକ୍ରମଣକୁ ପଣ୍ଡ କରିଛି । ପାକିସ୍ତାନର ୮ଟି ମିସାଇଲକୁ ମାରି ଧୂଳିସାତ କରିଛି ଭାରତ। ଏଥିସହ ପାକିସ୍ତାନର ୫୦ଟି ଡ୍ରୋନକୁ ମାରି ଖସାଇ ଦେଇଛି ଭାରତ ।
ଭାରତକୁ ଟାର୍ଗେଟ କରି ୫୦ସ୍ୱାର୍ମ ଡ୍ରୋନରେ ଆକ୍ରମଣ କରିଥିଲା ପାକ୍ । ହେଲେ ସମସ୍ତ ଡ୍ରୋନକୁ ଆକାଶରେ ଧ୍ୱଂସ କରିଥିଲା ଭାରତ । ଏଲଓସି ଓ ଅନ୍ତର୍ଜାତୀୟ ସୀମାରେ ସବୁ ଡ୍ରୋନକୁ ଧ୍ୱଂସ କରିଛି ଭାରତ । ଭାରତର ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ଡ୍ରୋନ ଧ୍ୱଂସ କରାଯାଇଛି । ଜଳ, ସ୍ଥଳ ଓ ଆକାଶରୁ ଶତ୍ରୁରାଷ୍ଟକୁ ଆକ୍ରମଣ କରିଛନ୍ତି ଭାରତୀୟ ସେନା । ଭାରତ ନା କେବଳ ଆକ୍ରମଣ କରିବାରେ ସକ୍ଷମ ଭାରତୀୟ ସେନା ପାଖରେ ସୀମା ସୁରକ୍ଷା ପାଇଁ ଅତ୍ୟାଧୁନିକ ହତିଆର ରହିଛି । ନିକଟରେ ହିଁ ଭାରତ ନିଜର ରକ୍ଷା କ୍ଷମତାକୁ ମଜବୁତ କରିଛି । ଖାସ୍ କରି ଇଣ୍ଡିଆନ୍ ଏୟାର ଡିଫେନ୍ସ ସିଷ୍ଟମ୍ ଏତେ ମଜବୁତ ହୋଇଛି ଯେ ଆକ୍ରମଣକୁ ମୁହଁ ତୋଡ ଜବାବ ଦିଆଯାଇ ପାରିବ । ପଞ୍ଜାବର ଗୁରୁଦାସପୁର ଓ ପଠାନକୋଟ, ରାଜସ୍ଥାନର ବାରମେର୍, ଜୈସଲମେର୍ ଓ ଯୋଧପୁରକୁ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ବ୍ଲାକଆଉଟ୍ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।