28.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶଆତଙ୍କବାଦୀଙ୍କ ସୁରକ୍ଷା ବଢାଇଲା ପାକିସ୍ତାନ

ଆତଙ୍କବାଦୀଙ୍କ ସୁରକ୍ଷା ବଢାଇଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବା(ଏଲଇଟି)ର ମୁଖ୍ୟ ହାଫିଜ ସୟିଦର ପ୍ରାୟ ଚାରି ଗୁଣ ସୁରକ୍ଷା ବୃଦ୍ଧି କରିଛି ପାକ୍‌ ସରକାର। ସରକାର ପକ୍ଷରୁ ହାଫିଜ ଘର ଚାରିପଟେ ସଶସ୍ତ୍ର ବାହିନୀ ମୁତୟନ କରାଯାଇଛି। ପହଲଗାଓଁ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ହାଫିଜ। ଏହି ଆକ୍ରମଣ ପଛର ଷଡ଼ଯନ୍ତ୍ରକାରୀକୁ ଛଡ଼ାଯିବ ନାହିଁ ବୋଲି ଭାରତ ଚେତାବନୀ ଦେବା ପରେ ପାକିସ୍ତାନ ସରକାର ଚିନ୍ତିତ ହୋଇପଡ଼ିଛି। ନିଜ ଆତଙ୍କୀମାନଙ୍କୁ ସୁରକ୍ଷା ଦେବା ଲାଗି  ପାକ୍ ସରକାର ଏହି ପଦକ୍ଷେପ ନେଇଛି। ପୂର୍ବରୁ ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଞ୍ଚପ୍ୟାଡଗୁଡ଼ିକରେ ମୁତୟନ ଆତଙ୍କୀମାନଙ୍କୁ ପାକ୍‌ ସେନା ବଙ୍କର ଭିତରେ ଲୁଚାଇ ରଖିଛି। ଏହା ପରେ ଲଶ୍କର ମୁଖ୍ୟ ହାଫିଜକୁ ସରକାର ସୁରକ୍ଷା ଦେଇଛି। ତା’ ଘରଠାରୁ ୪ କିଲୋମିଟର ଦୂର ଅଞ୍ଚଳ ପର୍ଯ୍ୟନ୍ତ ଉଚ୍ଚଦୃଶ୍ୟ ସମ୍ପନ୍ନ ସିସିଟିଭି କ୍ୟାମେରା ଖଞ୍ଜାଯାଇ ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking