15.1 C
Bhubaneswar
Friday, December 19, 2025
Homeଦେଶ ବିଦେଶପାକିସ୍ତାନରେ ଅନର କିଲିଂ: ଦମ୍ପତିଙ୍କୁ ଗୁଳିକରି ହତ୍ୟା

ପାକିସ୍ତାନରେ ଅନର କିଲିଂ: ଦମ୍ପତିଙ୍କୁ ଗୁଳିକରି ହତ୍ୟା

ଇସଲାମାବାଦ: ପାକିସ୍ତାନରୁ ସାମ୍ନାକୁ ଆସିଛି ଏକ ଲୋମଟାଙ୍କୁରା ଘଟଣା। ପାକିସ୍ତାନରେ ଭାଇରାଲ୍ ହେଉଛି ଅନର କିଲିଂର ଭିଡିଓ। ପରିବାର ସଦସ୍ୟଙ୍କ ବିନା ଅନୁମତିରେ ପ୍ରେମ ବିବାହ କରିଥିବା ଅଭିଯୋଗରେ ପାକିସ୍ତାନରେ ନବ ଦମ୍ପତିଙ୍କୁ ସର୍ବସାଧାରଣରେ ଗୁଳିକରି ହତ୍ୟା କରାଯାଇଛି। ଘଟଣାଟି ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ଦେଘାରି ଜିଲାରେ ଘଟିଛି। ପୁଲିସ ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ ଏହସାନ ଉଲ୍ଲା ଓ ବାନୋ ବିବି ପରସ୍ପରକୁ ପ୍ରେମ କରୁୁଥିଲେ। ତେବେ ପରିବାର ସଦସ୍ୟ ଏହାକୁ ବିରୋଧ କରିଥିଲେ। ବାନୋ ବିବିଙ୍କ ଭାଇ ଏଥିନେଇ ସ୍ଥାନୀୟ ପଞ୍ଚାୟତରେ ଅଭିଯୋଗ କରିଥିଲେ।

ମିଳିଥିବା ଭିଡିଓ ଫୁଟେଜ ଅନୁଯାୟୀ ନବ ଦମ୍ପତିଙ୍କ ସହ କିଛି ଲୋକ ଏକ ପିକ୍‌ଅପ୍‌ ଭ୍ୟାନରୁ ଓହ୍ଲାଇ ଖୋଲାସ୍ଥାନକୁ ଯାଇଥିଲେ। ଏହି ସମୟରେ ବାନୋ ସାହସ ଜୁଟାଇ ଜଣେ ହତ୍ୟାକାରୀକୁ କହିଥିଲେ ଯେ ସେ ଆଇନସମ୍ମତ ଭାବେ ବିବାହ କରିଛନ୍ତି। ଏହାସତ୍ତ୍ବେ ଯଦି ମୋତେ ମାରିବାକୁ ଚାହୁଁଛ, ତେବେ ମୋ ସହ ସାତ ପାଦ ମିଳାଇ ଚାଲିବାପରେ ହିଁ ଗୁଳିକରି ହତ୍ୟା କରିବ। ଉଭୟ କିଛି ବାଟ ଚାଲିବାପରେ ଏହି ବ୍ୟକ୍ତିଜଣକ ନିଜ ରାଇଫଲରୁ ତିନି ରାଉଣ୍ଡ ଗୁଳି ଚଳାଇବାରୁ ବାନୋ ସେଠାରେ ଟଳିପଡିଥିଲେ। କିଛି ସମୟ ବ୍ୟବଧାନରେ ସେହି ବ୍ୟକ୍ତି ଏହସାନ୍‌ଙ୍କୁ ମଧ୍ୟ ଗୁଳିକରି ହତ୍ୟା କରିଥିଲେ। ଉକ୍ତ ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking