32.1 C
Bhubaneswar
Wednesday, October 16, 2024
Homeଖେଳପାକିସ୍ତାନ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: କାମରାନ୍‌ଙ୍କ ଶତକ, ସଇମ୍‌ଙ୍କ ଅର୍ଦ୍ଧଶତକ, ପାକିସ୍ତାନ ପ୍ରଥମ ଦିନ ୨୫୯/୫

ପାକିସ୍ତାନ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: କାମରାନ୍‌ଙ୍କ ଶତକ, ସଇମ୍‌ଙ୍କ ଅର୍ଦ୍ଧଶତକ, ପାକିସ୍ତାନ ପ୍ରଥମ ଦିନ ୨୫୯/୫

ମୁଲତାନ:  ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ମଙ୍ଗଳବାରଠାରୁ ମୁଲତାନରେ ଆରମ୍ଭ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପାକିସ୍ତାନ ପ୍ରଥମ ଦିନ ଖେଳ ଶେଷ ବେଳକୁ ୫ ୱିକେଟ୍ ହରାଇ ୨୫୯ ରନ୍ କରିଛି । ଷ୍ଟମ୍ପ୍ସ ବେଳକୁ ମହମ୍ମଦ ରିଜ୍‌ୱାନ୍ ୩୭ ଏବଂ ଆଗା ସଲ୍‌ମାନ୍ ୫ ରନ୍‌ରେ ଅପରାଜିତ ରହିଛନ୍ତି । ପୂର୍ବତନ କ୍ୟାପ୍‌ଟେନ୍ ବାବର ଆଜମ୍‌ଙ୍କ ବଦଳ ଖେଳାଳି ଭାବେ ଟିମ୍‌ରେ ସାମିଲ ହୋଇଥିବା କାମରାନ୍ ଗୁଲାମ୍ (୧୧୮) ପଦାର୍ପଣ ମ୍ୟାଚ୍‌ରେ ଶତକ ହାସଲ କରିଥିବା ବେଳେ ସଇମ୍ ଅୟୁବ୍ (୭୭) ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଛନ୍ତି । ଏଠାରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଇନିଂସ୍ ଓ ୪୭ ରନ୍‌ରେ ବିଜୟୀ ହୋଇ ୧-୦ରେ ଆଗୁଆ ରହିଛି । ତୃତୀୟ ଅକ୍ଟୋବର ୨୪ରୁ ରାୱଲପିଣ୍ଡିରେ ଖେଳାଯିବ ।

ଟସ୍ ଜିତି ବ୍ୟାଟିଂ ନେଇଥିବା ପାକିସ୍ତାନର ଆରମ୍ଭ ଭଲ ନଥିଲା । ଟିମ୍ ୧୫ ରନ୍‌ର ସ୍କୋର୍‌ରେ ପ୍ରଥମ ୱିକେଟ୍ ହରାଇଥିଲା । ଅବ୍‌ଦୁଲ୍ଲାହ ଶଫିକ୍ ୭ ରନ୍ କରି ଆଉଟ୍ ହୋଇଥିଲେ । ଦ୍ୱିତୀୟ ଝଟ୍‌କା ୧୯ ରନ୍‌ର ସ୍କୋର୍‌ରେ ଲାଗିଥିଲା । କ୍ୟାପ୍‌ଟେନ୍ ଶାନ୍ ମସୁଦ୍ ମାତ୍ର ୩ ରନ୍ କରି ଆଉଟ୍ ହୋଇଥିଲେ । ଦୁଇଟି ଯାକ ୱିକେଟ୍ ଜ୍ୟାକ୍ ଲିଚ୍ ଅକ୍ତିଆର କରିଥିଲେ । ଏହିଠାରୁ ହିଁ କାମରାନ୍ ଗୁଲାମ ଓ ନଇମ୍ ଅୟୁବ୍ ପାକ୍ ଇନିଂସ୍ ସମ୍ଭାଳିଥିଲେ । ଦୁହିଁଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୧୪୯ ରନ୍‌ର ଭାଗୀଦାରି ହୋଇଥିଲା ।

ନଇମ୍ ଅୟୁବ୍‌ଙ୍କ ଆଉଟ୍ ସହ ଏହି ଭାଗୀଦାରିରେ ବ୍ରେକ୍ ଲାଗିଥିଲା । ମାଥ୍ୟୁ ପଟ୍ସ ତାଙ୍କୁ କ୍ୟାପ୍‌ଟେନ୍ ଷ୍ଟୋକ୍ସଙ୍କ ହାତରେ କ୍ୟାଚ୍ କରାଇଥିଲେ । ସଇମ୍ ୧୬୦ ବଲ୍‌ର ସମ୍ମୁଖୀନ ହୋଇ ୭ ଚୌକା ସହାୟତାରେ ୭୭ ରନ୍ କରିଥିଲେ । ଏହାପରେ ସଉଦ୍ ଶକିଲ୍ ୪ ରନ୍ କରିଥିବା ବେଳେ ବ୍ରାଏଡନ୍ କାର୍ସଙ୍କ ବଲ୍‌ରେ ଜାମି ସ୍ମିଥ୍‌ଙ୍କ କ୍ୟାଚ୍ ଦେଇ ପ୍ୟାଭିଲିୟନ୍ ଫେରିଥିଲେ । କାମରାନ୍‌ଙ୍କ ରୂପରେ ଦିନର ଅନ୍ତିମ ୱିକେଟ୍‌ର ପତନ ଘଟିଥିଲା । ସୋଏବ୍ ବଶୀର୍ ତାଙ୍କୁ କ୍ଲିନ୍ ବୋଲ୍ଡ ଆଉଟ୍ କରିଥିଲେ । ଆଉଟ୍ ବେଳକୁ କାମରାନ୍ ୨୨୪ ବଲ୍‌ରେ ୧୧ ଚୌକା ଓ ଗୋଟିଏ ଛକା ସହାୟତାରେ ୧୧୮ ରନ୍‌ର ଉପଯୋଗୀ ଇନିଂସ୍ ଖେଳିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking