23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶ'ଜଳ ଯୁଦ୍ଧ' ବିରୁଦ୍ଧରେ ଲଢିବାକୁ ଘୋଷଣା କଲା ପାକିସ୍ତାନ

‘ଜଳ ଯୁଦ୍ଧ’ ବିରୁଦ୍ଧରେ ଲଢିବାକୁ ଘୋଷଣା କଲା ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଭୟଙ୍କର ଆତଙ୍କୀ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ଥିବା ନେଇ ଭାରତ ୧୯୬୦ ମସିହାରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପରେ ବିଳିବିଳେଇ ଉଠିଛି ପଡୋଶୀ ପାକିସ୍ତାନ। ଭାରତର ଏପରି କଡା ଆକ୍ରମଣାତ୍ମକ ଆଭିମୁଖ୍ୟକୁ ପାକିସ୍ତାନ “ଜଳ ଯୁଧ୍ୟ” ଓ ବେଆଇନ ପଦକ୍ଷେପ ବୋଲି କହିଛି। ଏହା ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍ ଏକ ଜରୁରିକାଳିନ ବୈଠକ ଡାକି ଏହାର ଅଦ୍ୟକ୍ଷତା କରିଛନ୍ତି। ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।

ଆପଣଙ୍କୁ ଜଣାଇରକୁ ଯେ ବିଶ୍ୱ ବ୍ୟାଙ୍କର ମଧ୍ୟସ୍ଥତାରେ ସ୍ଥାପିତ ସିନ୍ଧୁ ଜଳ ଚୁକ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ବଣ୍ଟନର ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଥିଲା। ଏହି ଚୁକ୍ତି ଅନୁଯାୟୀ ସିନ୍ଧୁ, ଝେଲମ୍ ଓ ଚେନାବ ନଦୀର ଜଳ ପାକିସ୍ତାନକୁ ଯାଉଥିବା ବେଳେ ରବି, ବିୟାସ୍ ଓ ସତଲେଜ ନଦୀର ଜଳ ଭାରତ ନିୟନ୍ତ୍ରଣ କରୁଥିଲା। ତେବେ, ପାହାଲଗାମ ଆକ୍ରମଣ ପରେ ଭାରତ ଏହି ଚୁକ୍ତିକୁ “ଅନିର୍ଦ୍ଦିଷ୍ଟ କାଳ ପାଇଁ” ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଘୋଷଣା କରିଛନ୍ତି ଯେ, “ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ନକରିବା ପର୍ଯ୍ୟନ୍ତ ଏହି ଚୁକ୍ତି ସ୍ଥଗିତ ରହିବ।” ପାକିସ୍ତାନ ଏହି ନିଷ୍ପତ୍ତିକୁ “ଜଳ ଯୁଦ୍ଧ” ବୋଲି କହି ଏହାକୁ ଆଇନଗତ ଭାବେ ଚ୍ୟାଲେଞ୍ଜ କରିବାକୁ ପ୍ରତିଶ୍ରୁତି ଦେଇଛି।

ପାକିସ୍ତାନର ଜଳଶକ୍ତି ମନ୍ତ୍ରୀ ଆୱାଇସ ଲେଘାରୀ କହିଛନ୍ତି, “ଭାରତର ଏହି ନିଷ୍ପତ୍ତି ଅବୈଧ ଏବଂ ବିଶ୍ୱ ବ୍ୟାଙ୍କ ଭଳି ଆନ୍ତର୍ଜାତୀୟ ସଂସ୍ଥା ସହିତ ଜଡ଼ିତ ଏକ ଚୁକ୍ତିରୁ ଏକତରଫା ଭାବେ ବାହାରିବା ସମ୍ଭବ ନୁହେଁ। ଆମେ ଏହାକୁ ଆଇନଗତ, ରାଜନୈତିକ ଓ ବିଶ୍ୱମଞ୍ଚରେ ଲଢ଼ିବୁ।” ପାକିସ୍ତାନର ଜାତୀୟ ସୁରକ୍ଷା କମିଟି (NSC) ଏହି ପରିସ୍ଥିତିର ମୁକାବିଲା ପାଇଁ ଏକ ଜରୁରୀ ବୈଠକ ଡକାଇଛି। ଯାହାର ଅଧ୍ୟକ୍ଷତା ସେହବାଜ ସରିପ୍ କରୁଛନ୍ତି। ଏହି ଚୁକ୍ତି ସ୍ଥଗିତ ହେବା ଫଳରେ ପାକିସ୍ତାନର କୃଷି ଓ ଜଳ ସୁରକ୍ଷା ଉପରେ ଗଭୀର ପ୍ରଭାବ ପଡ଼ିପାରେ। ପାକିସ୍ତାନର ପ୍ରାୟ ୯୦% ଜମି ସିନ୍ଧୁ ନଦୀ ସିଞ୍ଚନ ବ୍ୟବସ୍ଥା ଉପରେ ନିର୍ଭରଶୀଳ। ଭାରତର ଏହି ନିଷ୍ପତ୍ତି ପାକିସ୍ତାନର ପଞ୍ଜାବ ଓ ସିନ୍ଧ ପ୍ରଦେଶରେ ଜଳ ଅଭାବ ସୃଷ୍ଟି କରିପାରେ। ଯାହା ଫସଲ ଉତ୍ପାଦନ ହ୍ରାସ ଓ ଅର୍ଥନୈତିକ ଅସ୍ଥିରତାକୁ ଆହୁରି ବୃଦ୍ଧି କରିବ ବୋଲି ଆଶଙ୍କା କରାଯାଉଛି। ତେବେ, ବିଶେଷଜ୍ଞମାନେ ମତ୍ତ ଦେି କହିଛନ୍ତି ଯେ ଏହି ସ୍ଥଗିତକରଣ ତୁରନ୍ତ ଜଳ ପ୍ରବାହକୁ ବନ୍ଦ କରିବ ନାହିଁ। ଧିରେ ଧିରେ ଏହାର ପ୍ରକ୍ରିୟାକରଣ କରି ପାକିସ୍ତାନ ଉପରେ ମାନସିକ ଓ ରାଜନୈତିକ ଚାପ ସୃଷ୍ଟି କରିବାର ଏହା ଏକ କୌଶଳ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking