20.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶକାବୁଲ ଉପରେ ଏୟାରଷ୍ଟ୍ରାଇକ୍ କଲା ପାକିସ୍ତାନ

କାବୁଲ ଉପରେ ଏୟାରଷ୍ଟ୍ରାଇକ୍ କଲା ପାକିସ୍ତାନ

ନୂଆଦିଲ୍ଲୀ: କମ୍ପିଲା ଆଫଗାନିସ୍ତାନର ରାଜଧାନୀ କାବୁଲ। ଗୁରୁବାର ବିଳମ୍ବିତ ରାତିରେ ପାକିସ୍ତାନ, କାବୁଲ ଉପରେ ଏୟାରଷ୍ଟ୍ରାଇକ୍ କରିଥିବା ଜଣାଯାଇଛି। କାବୁଲରେ ଦୁଇଟି ଜୋରଦାର ବିସ୍ଫୋରଣ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଅମୀର ଖାନ୍‌ ମୁତ୍ତାକି ଗୋଟିଏ ସପ୍ତାହ ପାଇଁ ଭାରତ ଗସ୍ତରେ ଆସି ଦିଲ୍ଲୀ ପହଞ୍ଚିବା ପରେ ପାକିସ୍ତାନ ଏଭଳି କରିଛି।କୁହାଯାଉଛି ଯେ, ପାକିସ୍ତାନୀ ଲଢ଼ୁଆ ବିମାନଗୁଡ଼ିକ ଆଫଗାନିସ୍ତାନର ରାଜଧାନୀ ଭିତରେ ଥିବା ଟିଟିପି ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ୍ କରିଥିଲା। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାବୁଲରେ ପାକିସ୍ତାନ ତାଲିବାନ ମୁଖ୍ୟ ନୁର ୱଲି ମେହସୁଦଙ୍କ କାର ଏବଂ ଅତିଥିଶାଳାକୁ ଟାର୍ଗେଟ କରିଛି ପାକିସ୍ତାନ। ମେହସୁଦ ଏକ ବିବୃତି ଜାରି କରି କହିଛନ୍ତି ଯେ, ସେ ସୁରକ୍ଷିତ ଅଛନ୍ତି ଏବଂ ଖବରରେ ଯାହା କୁହାଯାଉଛି ତାହା ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଦ୍ୱାରା ପ୍ରଚାରିତ। ବିସ୍ଫୋରଣ ପରେ ତାଲିବାନ ମୁଖପାତ୍ର ଜାବିଉଲ୍ଲାହ ମୁଜାହିଦ କହିଛନ୍ତି ଯେ, “ଦୁଇଟି ବିସ୍ଫୋରଣ ହୋଇଥିବା ନେଇ ଶବ୍ଦ ଶୁଣାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ମୃତାହତର ସୂଚନା ମିଳିନାହିଁ। ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସବୁକିଛି ଠିକ୍ ଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking