32.1 C
Bhubaneswar
Monday, June 2, 2025
Homeଦେଶ ବିଦେଶଝେଲମ୍ ନଦୀ ଜଳ ଛାଡିଥିବା ନେଇ ଭାରତକୁ ଦାୟୀ କଲା ପାକିସ୍ତାନ

ଝେଲମ୍ ନଦୀ ଜଳ ଛାଡିଥିବା ନେଇ ଭାରତକୁ ଦାୟୀ କଲା ପାକିସ୍ତାନ

ଇସଲାମାବାଦ୍‌: ଝେଲମ୍ ନଦୀରେ ଆସିଥିବା ଅକସ୍ମାତ୍ ବନ୍ୟା ଯୋଗୁ ପାକିସ୍ତାନର ମୁଜଫରାବାଦ୍ ଅଞ୍ଚଳ ଜଳମଗ୍ନ ହୋଇପଡିଛି । ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଭାରତ କୌଣସି ପୂର୍ବ ସୂଚନା ବିନା ପାକିସ୍ତାନ ମୁଜଫରାବାଦର ହଟିନବାଲା ଅଞ୍ଚଳର ଝେଲମ ନଦୀରେ ଅତିରିକ୍ତ ପାଣି ଛାଡିଦେଇଛି । ଯେଉଁ କାରଣରୁ ମୁଜାଫରାବାଦରେ ହଠାତ୍ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ଏହି ଅଞ୍ଚଳ ପାଇଁ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକିସ୍ତାନକୁ ସବୁ ଦିଗରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ବିଶେଷକରି ଭାରତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ କରିବା ପରେ ପାଣି ପାଇଁ ପାକିସ୍ତାନ ହନ୍ତସନ୍ତ ହୋଇଯିବ ବୋଲି କୁହାଯାଉଛି । ଏସବୁ ମଧ୍ୟରେ ମୁଜାଫରାବାଦରେ ହଠାତ୍ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେବାକୁ ନେଇ ପାକିସ୍ତାନ ଭାରତକୁ ଦୋଷାରୋପ କରିବା ଆରମ୍ଭ କରିଛି । ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଭାରତ କୌଣସି ପୂର୍ବସୂଚନା ବିନା ପାକିସ୍ତାନ ମୁଜଫରାବାଦର ହଟିନବାଲା ଅଞ୍ଚଳର ଝେଲମ ନଦୀରେ ଅତିରିକ୍ତ ପାଣି ଛାଡି ଦେଇଛି । ଯେଉଁ କାରଣରୁ ମୁଜାଫରାବାଦ ନିକଟ ଦେଇ ପ୍ରବାହିତ ଝେଲମ୍ ନଦୀରେ ଜଳସ୍ତର ସାମାନ୍ୟ ଠାରୁ ୭ରୁ ୮ଫୁଟ ଉପରକୁ ଉଠିଯାଇଛି । ଯାହାକୁ ନେଇ ସେଠାକାର ଲୋକଙ୍କ ମନରେ କୋକୁଆ ଭୟ ଦେଖା ଦେଇଛି । ପାକିସ୍ତାନ ସରକାର ଦର୍ଶାଇଛନ୍ତି ଯେ, ସ୍ଥାନୀୟ ଲୋକମାନଙ୍କୁ ବନ୍ୟାଅଞ୍ଚଳରୁ ଖାଲି କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ପରିସ୍ଥିତି ଖରାପ ହେବା ପରେ ମୁଜାଫରାବାଦ ପ୍ରଶାସନ ଜରୁରୀକାଳୀନପରିସ୍ଥିତି ଘୋଷଣା କରିଛି । ଝେଲମ୍ ନଦୀରେ ହଠାତ୍ ପାଣି ଛାଡ଼ିବା ଯୋଗୁଁ ମୁଜାଫରାବାଦ ନିକଟରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ମସଜିଦରେ ଘୋଷଣା କରି ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ସହିତ ନଦୀ କୂଳରୁ ଦୂରେଇ ରହିବାକୁ ଚେତାବନୀ ଦେଇଛି ।

ଏପ୍ରିଲ ୨୨ ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛନ୍ତି । ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଏକ ସରକାରୀ ବିଜ୍ଞପ୍ତି ମଧ୍ୟ ଜାରି କରିଛି । ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ, ଦୁଇ ଦେଶର ଜଳ କମିଶନରଙ୍କ ବାର୍ଷିକ ବୈଠକ ହେଉଥିଲା, ଯାହା ଏବେ ହେବ ନାହିଁ । ଏବେ ଭାରତ ନଦୀ ପ୍ରବାହ, ବନ୍ୟାର ଚେତାବନୀ ଏବଂ ହିମବାହ ତରଳିବା ସମ୍ପର୍କରେ ପାକିସ୍ତାନକୁ ସୂଚନା ଦେବାକୁ ବାଧ୍ୟ ନୁହେଁ । ଭାରତ ଗତ ଶନିବାର ସମାନ କାର୍ଯ୍ୟ କରିଛି । ଝେଲମ୍ ନଦୀରେ ପାଣି ଛାଡ଼ିବା ବିଷୟରେ ପାକିସ୍ତାନକୁ ସୂଚନା ଦିଆଯାଇନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking