ନୂଆଦିଲ୍ଲୀ : ରାୱଲପିଣ୍ଡିରେ ଲଗାତାର ବର୍ଷା ଯୋଗୁଁ ପାକିସ୍ତାନ-ବାଂଲାଦେଶ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ମ୍ୟାଚଟି ଦୁର୍ଭାଗ୍ୟଜନକ ଭାବେ ଶେଷ ହୋଇଛି । ରାୱଲପିଣ୍ଡିରେ ଲଗାତାର ବର୍ଷା ଯୋଗୁଁ ଗୋଟିଏ ବି ବଲ ନ ପକାଇ ବାତିଲ ହୋଇଗଲା ଖେଳ । ବର୍ଷା ହେବା ଫଳରେ ଅନେକ ଚେଷ୍ଟା ସତ୍ତ୍ୱେ, କଭରଗୁଡ଼ିକ କଢ଼ାଯାଇପାରିଲା ନାହିଁ । ଏଣୁ ଅମ୍ପାୟାରମାନଙ୍କୁ କଠିନ ନିଷ୍ପତ୍ତି ନେବାକୁ ପଡିଲା । ଏହା ସହିତ ପାକିସ୍ତାନ ଏବଂ ବାଂଲାଦେଶର ଆଇସିସି ଚାମ୍ପିଅନ୍ସ ଟ୍ରଫି ଅଭିଯାନ ସେମାନଙ୍କ ନାମ ପାଖରେ ଗୋଟିଏ ପଏଣ୍ଟ ସହିତ ଶେଷ ହେଲା । ଦୁର୍ଭାଗ୍ୟବଶତଃ, ପାକିସ୍ତାନ କେବଳ ଗୋଟିଏ ମ୍ୟାଚ୍ ଖେଳିପାରିଲା ।
MATCH ABANDONED ☔️
Pakistan and Bangladesh both end their Champions Trophy campaigns winless after a washout in Rawalpindi #PAKvBAN | #ChampionsTrophy pic.twitter.com/1QjWl8pkrh
— ESPNcricinfo (@ESPNcricinfo) February 27, 2025









