ନୂଆଦିଲ୍ଲୀ: ଆତଙ୍କୀର ଭାଷା କହୁଛି ପାକିସ୍ତାନ ସେନା । ପାକିସ୍ତାନ ସେନା ପ୍ରବକ୍ତା ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ଭାରତ ବିପକ୍ଷ ନେଇ ବିଷ ଓଗାଳିଛନ୍ତି । ଆତଙ୍କବାଦୀ ହାପିସ ସହିଦ ଯେଭଳି ଭାରତକୁ ଧମକ ଦିଏ ଠିକ ସେହିଭଳି ଆତଙ୍କୀର ଭାଷା ପାକ ସେନା ପ୍ରବକ୍ତାଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଏକ ସଭାରେ ଭାରତ ବିରୋଧରେ ଅହମ୍ମଦ ସରିଫ ଚୌଧୁରୀ କହିଛନ୍ତି , ତୁମ ହମାରା ପାନି ବନ୍ଦ କରୋଗେ , ହମ ତୁମ୍ହାରା ଶାଁସ ବନ୍ଦ କରଦେଗେଁ ।