ନୂଆଦିଲ୍ଲୀ: ଭାରତୀୟ ସୀମା ସୁରକ୍ଷା (ବିଏସଏଫ୍) ଯବାନ ରାଜସ୍ଥାନର ଭାରତ-ପାକିସ୍ତାନ ସୀମାରୁ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ନିଜ କବ୍ଜାକୁ ନେଇଥିବା ସୂଚନା ମିଳିଛି । ଏହି ପାକ୍ ରେଞ୍ଜର ଜଣକ ଶ୍ରୀଗଙ୍ଗାନଗରରେ ରହି ପାକିସ୍ତାନ ପାଇଁ ଗୁଇନ୍ଦା କାମ କରୁଥିବା ଅଭିଯୋଗ ହୋଇଛି । ଅଟକ ପାକିସ୍ତାନୀ ରେଞ୍ଜରଙ୍କୁ ବିଏସଏଫ୍ ରାଜସ୍ଥାନ ଫ୍ରଣ୍ଟିୟର ଏବେ ଜେରା କରିବା ଆରମ୍ଭ କରିଛି । ପଚରାଉଚରା କରୁଥିବା ଜଣାପଡ଼ିଛି । ପ୍ରକାଶ, ଗତ ୨୩ରେ ପାକିସ୍ତାନୀ ସୈନିକମାନେ ଭୁଲ୍ବଶତଃ ପାକିସ୍ତାନ ସୀମାକୁ ଚାଲିଯାଇଥିବା ଜଣେ ବିଏସଏଫ୍ ଯବାନଙ୍କୁ ଗିରଫ କରିଥିଲା ପାକିସ୍ତାନ । ପାକିସ୍ତାନ ଏ ପର୍ଯ୍ୟନ୍ତ ଉକ୍ତ ବିଏସ୍ଏଫ୍ ଯବାନ୍ଙ୍କୁ ମୁକ୍ତ କରିନାହାନ୍ତି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ପଞ୍ଜାବ ପୁଲିସ୍ ଅମୃତସରରୁ ୨ଜଣ ଗୁପ୍ତଚରଙ୍କୁ ଗିରଫ କରିଥିବା ସମ୍ବାଦ ହସ୍ତଗତ ହୋଇଛି । ଅଭିଯୁକ୍ତମାନେ ଭାରତୀୟ ସେନାର ଗତିବିଧି ସହ ଗୋପନୀୟ ସୂଚନା ସବୁକୁ ପାକିସ୍ତାନକୁ ଦେଉଥିବା ପ୍ରମାଣ ମିଳିଛି । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହିତ ଉଭୟଙ୍କ ସମ୍ପର୍କ ଥିବା ମଧ୍ୟ ଜଣାପଡିଛି । ଉଭୟ ଅଭିଯୁକ୍ତଙ୍କ ନାମ ଫାଲକଶର ମାସିହ ଏବଂ ସୁରଜ ମାସିହ । ଏମାନେ ପଞ୍ଜାବର ସ୍ଥାୟୀବାସିନ୍ଦା ବୋଲି ଜଣାପଡିଛି । ଏମାନେ ଅମୃତସର ସେନା କ୍ୟାଣ୍ଟ ଏବଂ ଅମୃତସର ଏୟାରବେସ୍ ସମ୍ପର୍କିତ ସୂଚନା ପାକିସ୍ତାନକୁ ଦେଉଥିଲେ ।