ବରଗଡ: ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହେଲେ ପଦ୍ମପୁର ତହସିଲଦାର ।ବରଗଡ ଜିଲ୍ଲା ପଦ୍ମପୁର ତହସିଲଦାର ବିିନ କୁମାର ପ୍ରଧାନ ନିଲମ୍ବିତ ହୋଇଛନ୍ତି । ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ପଦ୍ମପୁରର ତହସିଲଦାରଙ୍କୁ ନିଲମ୍ବନ କରାଯାଇଛି । ସୂଚନାଥାଉକି, କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ଯେଉଁମାନେ ଦୁର୍ନୀତି କାର୍ଯ୍ୟ କରୁଥିବେ , ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏକ ସମ୍ମିଳନୀର ସମସ୍ତ ଜିଲ୍ଲାପାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏଥି ସହିତ ଗ୍ରାଉଣ୍ଡକୁ ଯାଇ ଲୋକଙ୍କ ସମସ୍ୟା ଶୁଣି ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ ।









