ମାଲକାନଗିରି: ଚାଷୀଙ୍କ ଧାନ କିଣା ତାରିଖ ଘୁଞ୍ଚାଇଲେ ଜିଲ୍ଲା ପ୍ରଶାସନ । ୧୭ ପରିବର୍ତ୍ତେ ୨୪ ତାରିଖରୁ ଧାନ କିଣା ଯିବ ବୋଲି ଘୋଷଣା କରିଛନ୍ତି । ଏମ୍ଭି ୨୬ ଓ ରାଖେଲଗୁଡା ଗାଁ ବିବାଦକୁ ନେଇ ଜିଲ୍ଲା ପ୍ରଶାସନ ଏହି ଜରୁରୀ ନିଷ୍ପତ୍ତି ନିଆଯାଇଛି । ଆନ୍ୟପଟେ ମାଲକାନଗିରିରେ ସ୍ଥିତିକୁ ଦୃଷ୍ଟିରେ ରଖି ଗତ ସୋମବାରରୁ ଲାଗିଥିବା ବିଏନଏସଏସ ୧୬୩ ହଟାଇ ଇଣ୍ଟରନେଟ୍ କଟକଣାକୁ ଆସନ୍ତାକାଲି ଦିନ ୧୨ଟା ଯାଏଁ ବଳବତ୍ତର ରଖାଯାଇଛି । ଗତକାଲି ଏନେଇ ଜିଲ୍ଲାପାଳ ସୂଚନା ଦେବା ସହ ଆହୁରି କହିଥିଲେ ଯେ ଏମ୍ଭି ୨୬ ଓ ରାଖେଲଗୁଡା ଗାଁ ବିବାଦ ଯୋଗୁଁ ମୋଟ ୩ କୋଟି ୮୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି । ବିଦ୍ୟୁତ ସଂଯୋଗ ଓ ଜଳ ଯୋଗାଣ ସ୍ବାଭାବିକ ହୋଇଛି । ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି ।










