ଭୁବନେଶ୍ୱର : ରାଜ୍ୟରେ ଧାନ କିଣା ଠିକ ଚାଲିଛି କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କଟନୀ ଛଟନୀ ହେଉନି କହିଛନ୍ତି ଯୋଗାଣ ମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ୭୨୦୮ କୋଟି ଟଙ୍କା ଦିଆଯାଇଛି । ୩୪ ଲକ୍ଷ ୨୯ ହଜାର ମେଟ୍ରିକ ଟନ ଧାନ କିଣା ହେଲାଣି । କଟନୀ ଛଟନୀ ଅଭିଯୋଗ ଆସିଲେ ତୁରନ୍ତ ପଦକ୍ଷେପ ନିଆଯାଉଛି । ଖରାପ ଧାନ ମଣ୍ଡିକୁ ନ ଆଣିବାକୁ ଚାଷୀଙ୍କୁ ଅପିଲ କରାଯାଇଛି ।