31.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଓଲଟିଲା ସ୍କୁଲ ଗାଡ଼ି : ୨ ମୃତ, ୯ ଆହତ

ଓଲଟିଲା ସ୍କୁଲ ଗାଡ଼ି : ୨ ମୃତ, ୯ ଆହତ

ରାଜସ୍ଥାନ : ରାଜସ୍ଥାନର ଫଲୋଦି ଜିଲ୍ଲାରେ ଏକ ସ୍କୁଲ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୋମବାର ସକାଳେ ଏଠାରେ ଏକ ସ୍କୁଲ ଗାଡ଼ି ଓଲଟି ପଡ଼ିବାରୁ ୨ ଜଣ ପିଲାଙ୍କ ମୃତ୍ୟୁ ଘଟିଛି । ଏଥିରେ ୯ ଜଣ ପିଲା ଆହତ ହୋଇଛନ୍ତି । ଆହତ ପିଲାମାନଙ୍କୁ ଜିଲ୍ଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ପିଲା ସ୍କୁଲ ଭ୍ୟାନ୍‌ରେ ବସି ସ୍ଥାନୀୟ ଏକ ସ୍କୁଲକୁ ପାଠ ପଢ଼ିବାକୁ ଯାଉଥିଲେ । ହଠାତ୍‌ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା ।

ଆହତ ପିଲାମାନଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ୨ ଜଣ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଯୋଧପୁର ସ୍ଥାନାନ୍ତର କରାଯାଇଛି । ରାସ୍ତା ମଝିରେ କୁକୁର ପଶିଆସିବାରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଫଲୋଦି ପଡିୟାଲ୍‌ ରାନିସର୍‌ ରାସ୍ତାରେ ଏହି ଘଟଣା ଘଟିଛି । ନାଗୌର୍‌ ସାଂସଦ ହନୁମାନ ବେନିଓ୍ଵାଲ ଏହି ଘଟଣାକୁ ନେଇ ଗଭୀର ଦୁଃଖପ୍ରକାଶ କରିଛନ୍ତି । ସେ ଏ ନେଇ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି । ବେନିଓ୍ଵାଲ ଲେଖିଛନ୍ତି, ‘ଭଗବାନ ଦିବଂଗତ ପିଲାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଆହତ ପିଲାମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ । ରାଜ୍ୟ ସରକାର ଏହି ଦୁର୍ଘଟଣାରେ ଗୁରୁତର ପିଲାମାନଙ୍କର ଉଚ୍ଚସ୍ତରୀୟ ଚିକିତ୍ସା ମାଗଣାରେ କରାନ୍ତୁ’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking