15.1 C
Bhubaneswar
Friday, December 19, 2025
Homeଓଡିଶାଓଲଟିଲା ପିକଅପ୍ ଭ୍ୟାନ, ୯ ଗୁରୁତର

ଓଲଟିଲା ପିକଅପ୍ ଭ୍ୟାନ, ୯ ଗୁରୁତର

ବୌଦ୍ଧ : ଗଛରେ ପିଟି ହୋଇ ବିଲକୁ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ । ବୌଦ୍ଧ ଥାନା ବୁରପଟା ଛକ ନିକଟରେ ଆଜି ସକାଳୁ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୯ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତ ଶ୍ରମିକମାନେ ଇଲେକ୍ଟ୍ରି କାମ ପାଇଁ ଦିଗପହଣ୍ଡିରୁ ସୁବର୍ଣ୍ଣପୁର ଅଭିମୁଖେ ଯାଉଥିଲେ। ଗାଡ଼ିଟି ବୌଦ୍ଧ ଥାନା ବୁରପଟା ଛକ ଅତିକ୍ରମ କରୁଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଖି ଯାଇଥିଲା। ଫଳରେ ସେ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଗାଡ଼ିଟି ଦ୍ରୁତ ଗତିରେ ଥିବାରୁ ତାହା ନିକଟସ୍ଥ ବିଲରେ ପଶି ଓଲଟି ଯାଇଥିଲା। ଗାଡ଼ିରେ ଥିବା ଶ୍ରମିକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି। ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking