25.1 C
Bhubaneswar
Thursday, February 12, 2026
Homeଓଡିଶାଓଲଟିଲା ଯାତ୍ରୀବାହୀ ବସ୍ ; ୩୫ ଯାତ୍ରୀ ଆହତ

ଓଲଟିଲା ଯାତ୍ରୀବାହୀ ବସ୍ ; ୩୫ ଯାତ୍ରୀ ଆହତ

କଟକ : ଓଲଟିଲା ଯାତ୍ରୀବାହୀ ବସ୍। କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ୬୫ ନମ୍ବର ରାଜ୍ୟ ରାଜପଥର ଦୋରଡ଼ ଛକ ଠାରେ ଘଟିଛି ସଡକ ଦୁର୍ଘଟଣା। ଜଣେ ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ବସ୍। ସୂଚନା ଅନୁଯାୟୀ, ଆଜି ବସ୍‌ଟି ୩୫ ଜଣ ଯାତ୍ରୀଙ୍କୁ ନେଇ କଟକ ରୁ ବଡ଼ମ୍ବା ଯାଉଥିଲା। ଦୋରୋଡ଼ ଛକ ଠାରେ ହଠାତ୍ ବସ ସାମ୍ନାକୁ ଏକ ସାଇକେଲ ଆରୋହୀ ଆସି ଯାଇଥିଲେ। ଫଳରେ ବସ ଡ୍ରାଇଭର ସାଇକେଲ ଆରୋହୀଙ୍କୁ ବଞ୍ଚାଇବା ପାଇଁ ରାସ୍ତା କଡ଼କୁ ବସ୍‌କୁ କାଟିଥିଲେ। ବର୍ଷାରେ ମାଟି ଓଦା ଥିବାରୁ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ବସ୍‌।ବସ୍‌ରେ ଥିବା ୩୫ ଜଣ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଡ୍ରାଇଭର ସାମାନ୍ୟ ଆହାତ ହୋଇଥିବା ଜଣାପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking