27.1 C
Bhubaneswar
Thursday, March 26, 2026
Homeଓଡିଶାଓଲଟିଲା କାର: ଅଳ୍ପକେ ବଞ୍ଚିଲା ଜୀବନ

ଓଲଟିଲା କାର: ଅଳ୍ପକେ ବଞ୍ଚିଲା ଜୀବନ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରୁ ଏକ ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଝାରସୁଗୁଡ଼ା ଜିଲ୍ଲା ଲଇକେରା-ବାଗଡ଼ିହି ମୁଖ୍ୟ ରାସ୍ତାର ଠେଲକୋବୁଡ ନଦୀପୋଲ ନିକଟ ବୁଲାଣୀରେ ଭାରସାମ୍ୟ ହରାଇ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଛନ୍ତି କାର ଚାଳକ। ସୂଚନା ଅନୁସାରେ ଅପରାହ୍ନ ୨ଟା ସମୟରେ ବାଗଡିହି ନିକଟ ରଙ୍ଗିଆଟିକ୍ରା ଗ୍ରାମର ପଙ୍କଜ ପଟେଲ ନିଜ ୱାଗନାର କାରରେ ସମ୍ବଲପୁରରୁ ନିଜ ଗାଁକୁ ଫେରୁଥିଲେ।

ସେହି ସମୟରେ ଠେଲକୋବୁଡ଼ ନଦୀର ପୋଲ ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତାକଡକୁ କାରଟି ଓଲଟି ପଡ଼ିଥିଲା। ଘଟଣା ପରେ ତୁରନ୍ତ ସ୍ଥାନୀୟ ଲୋକେ ଚାଳକ ପଙ୍କଜଙ୍କୁ ଉଦ୍ଧାର କରିଥିଲେଯାହା ଫଳରେ ପଙ୍କଜ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଲଇକେରା ପୋଲିସ ପହଞ୍ଚି କାରଟିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking