27.1 C
Bhubaneswar
Saturday, April 4, 2026
Homeଦେଶ ବିଦେଶଆମ ସ୍ୱାସ୍ଥ୍ୟ ଆମ ସର୍ବବୃହତ୍ ସମ୍ପଦ: ରାଧିକା ଖେମା

ଆମ ସ୍ୱାସ୍ଥ୍ୟ ଆମ ସର୍ବବୃହତ୍ ସମ୍ପଦ: ରାଧିକା ଖେମା

ଚଣ୍ଡିଗଡ଼: ଆଇକେଜି ଫାଉଣ୍ଡେସନ୍‌ର ଆମ୍‌କେୟାର ସୁପର ସ୍ପେଶିଆଲିଟି ହସ୍ପିଟାଲ ଏବଂ ନିଭା ବୁପା ହେଲ୍‌ଥ ଇନସ୍ୟୁରାନ୍ସ ସହ ମିଳିତ ସହଭାଗିତାରେ ଦିଭିସା ହର୍ବାଲ୍ସ ପକ୍ଷରୁ ଏକ ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଯାଇଛି। ସମସ୍ତ କର୍ମଚାରୀ ଏହି ଶିବିରରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟ ଯାଞ୍ଚ ସମୟରେ ରକ୍ତଚାପ (ବିପି ଟେଷ୍ଟ), ରକ୍ତରେ ଶର୍କରା ପରିମାଣ (ସୁଗାର ଟେଷ୍ଟ), ବୋନ୍ ମିନେରାଲ୍ ଡେନ୍‌ସିଟି (ସାନ୍ଦ୍ରତା ଟେଷ୍ଟ) ଆଦି ପରୀକ୍ଷା କରାଯାଇଥିଲା। ଏଥିସହ ସାଧାରଣ ସ୍ୱାସ୍ଥ୍ୟ ପରାମର୍ଶ, ଅର୍ଥୋ ପରାମର୍ଶ ଏବଂ ଡାଏଟ୍ ସମ୍ବନ୍ଧୀୟ ପରାମର୍ଶ ମଧ୍ୟ ଦିଆଯାଇଥିଲା। ଡକ୍ଟର ମୋହାକ (ଅର୍ଥୋପେଡିକ୍‌), ଡକ୍ଟର ରେଖା (ଡାଏଟିସିଆନ୍‌) ଏବଂ ଡକ୍ଟର ଜାଗୃତି (ଜେନେରାଲ୍ କନ୍ସଲଟେସନ୍‌)ଙ୍କୁ ନେଇ ଗଠିତ ମେଡିକାଲ ଟିମ୍ ସମସ୍ତ କର୍ମଚାରୀଙ୍କୁ ପରୀକ୍ଷା କରି ସେମାନଙ୍କୁ ସେମାନଙ୍କ ସବିଶେଷ ସ୍ୱାସ୍ଥ୍ୟ ରିପୋର୍ଟ ଏବଂ ଚିକିତ୍ସା ବିକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ।

ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ସମୟରେ ଆଇକେଜି କେୟାର ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ରାଧିକା ଖେମା କହିଛନ୍ତି ଯେ, ଆମର ସ୍ୱାସ୍ଥ୍ୟ ହେଉଛି ଆମର ସବୁଠାରୁ ବଡ ଧନ, ଏବଂ ଏହାର ସଠିକ୍ ଯତ୍ନ ନେବା କେବଳ ଆମର ଦାୟିତ୍ୱ ନୁହେଁ ବରଂ ପ୍ରାଥମିକତା ମଧ୍ୟ ଅଟେ। କୌଣସି ବ୍ୟକ୍ତି ଅସୁସ୍ଥ ହେବାକୁ ଚାହାଁନ୍ତି ନାହିଁ, କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ଅବହେଳା ହେତୁ ଆମେ ଗୁରୁତର ରୋଗକୁ ନିଜ ଅଜାଣତରେ ହିଁ ଆମନ୍ତ୍ରଣ କରିନେଉଛେ। ଏହି ଅବସରରେ ରାଧିକା ଖେମାଙ୍କ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ଷ୍ଟିମର ଏବଂ ଅକ୍ସିମିଟର ଦିଆଯାଇଥିଲା। ସେହିପରି ଏସ୍‌ବିଏସ୍ ଗ୍ରୁପ୍ ଅଫ୍ କମ୍ପାନୀସମୂହର ପ୍ରତିଷ୍ଠାତା ଡକ୍ଟର ସଞ୍ଜୀବ ଜୁନେଜା ମଧ୍ୟ ଏହି ଅବସରରେ ନିଜ କର୍ମଚାରୀମାନଙ୍କୁ ସୁସ୍ଥ ରହିବାକୁ ଅନେକ ଟିପ୍ସ ଦେଇଥିଲେ।

ସୂଚନାଯୋଗ୍ୟ, ଡ.ଜୁନେଜା କିପରି ନିଜ ଅବିଶ୍ରାନ୍ତ ଉଦ୍ୟମ ସହ ଡ.ଅର୍ଥୋ, ରୂପମନ୍ତ୍ରା, ସଚ୍ଚୀ ସହେଲୀ, ପେଟ ସଫା, ଆକ୍ୟୁମାସ୍‌, ଇଚ୍‌କୁ, ଆଇ ମନ୍ତ୍ରା ଏବଂ ବ୍ୟାଡମ୍ୟାନ୍ ଭଳି ଆୟୁର୍ବେଦିକ ଉତ୍ପାଦଗୁଡ଼ିକୁ ଏକ ସଫଳ ଆୟୁର୍ବେଦିକ୍ ବ୍ରାଣ୍ଡ୍‌ରେ ପରିଣତ କରିବା ଏକ ଉଲ୍ଲେଖନୀୟ ପ୍ରସଙ୍ଗ। ଡ.ଜୁନେଜା କହିଛନ୍ତି, ସୁସ୍ଥ ରହିବା ଆମ ଜୀବନର ପ୍ରାଥମିକତା ହେବା ଉଚିତ୍ ଏବଂ ଏଥିପାଇଁ ଉପଯୁକ୍ତ ଖାଇବା ଅଭ୍ୟାସ, ନିୟମିତ ବ୍ୟାୟାମ ଏବଂ ସକରାତ୍ମକ ଚିନ୍ତାଧାରା ଆବଶ୍ୟକ। ପ୍ରକାଶ, କର୍ମଚାରୀମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କୁ ଏକ ସୁସ୍ଥ ଜୀବନ ଶୈଳୀ ପାଇଁ ଉତ୍ସାହିତ କରିବା ଏହି ଶିବିରର ଉଦ୍ଦେଶ୍ୟ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking