ଭୁବନେଶ୍ୱର : ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ । ଅଭିଭାଷଣ ଦେଉଛନ୍ତି ରାଜ୍ୟପାଳ ରଘୁବର ଦାସ । ଜୟ ଜଗନ୍ନାଥ କହି ଅଭିଭାଷଣ ଅରମ୍ଭ କଲେ ରାଜ୍ୟପାଳ । ଗୃହରେ ଦିବଂଗତ ନେତାଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି । ମୋର ସରକାର ନିରପେକ୍ଷତାର ସହ କାମ କରିବ । ଯୁବକଙ୍କ ରୋଜଗାର ମୋ ସରକାରର ପ୍ରାଥମିକତା । ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ତାହା ପୂରଣ କରାଯିବ । ସରକାର ଗଠନ ହେବା ମାତ୍ରେ କିଛି ପ୍ରତିଶ୍ରୁତି ପୂରଣ ହୋଇଛି । ଜଗନ୍ନାଥ ସଂସ୍କୃତି , ଓଡିଆ ଅସ୍ମିତା ପାଇଁ କାମ କରିବୁ । କୃଷକ ଉନ୍ନତି ପାଇଁ କାମ କରାଯିବ । ପିଏମ୍ କିଶାନ ଯୋଜନା ଚାଲୁ କରାଯିବ । କୃଷକମାନଙ୍କୁ ସର୍ବକାଳୀନ ସହାୟତା ଦିଆଯିବ । ୧୦ଟି ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ । ବଲାଙ୍ଗୀର, ବରଗଡ ପ୍ରକଳ୍ପ ସମ୍ପର୍ଣ୍ଣ ହେବ । ନୂଆପଡା, କଳାହାଣ୍ଡି ପ୍ରକଳ୍ପ ବି ସମ୍ପୂର୍ଣ୍ଣ ହେବ । ମୋ ସରକାର ଏକ ବିକଶିତ ଓଡିଶା ଗଠନ କରିବାକୁ ଚାହୁଁଛି । ୨୦୩୬ ସୁଦ୍ଧା ବିକଶିତ ଓଡିଶା ସ୍ୱପ୍ନ ପୂରଣ କରିବା ଆମ ଲକ୍ଷ୍ୟ । କୃଷକ, ଶ୍ରମିକ, ଜନଜାତି,ଯୁକଶକ୍ତି, ଅନ୍ନ-ଦାତାଙ୍କୁ ଗୁରୁତ୍ୱ ଦିଆଯିବ । ପ୍ରଯୁକ୍ତି ବିଦ୍ୟା ଜରିଆରେ ଓଡିଆକୁ ପୂର୍ବ ଭାରତର ଶକ୍ତିଶାଳି ରାତ୍ୟ କରାଯିବ । ଓଡିଶା ହେବ ଭାରତର ବାଜରା ହବ୍ । ବାଜରା ଜାତୀୟ ଶସ୍ୟ ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ଲକ୍ଷ୍ୟ । ଗ୍ରୀନ ଇଷ୍ଟ୍ରିଆଲ ପଲିସି କାର୍ଯ୍ୟକାରୀ ହେବ । ବୈଦ୍ୟୁତିକ ଯାନବାହାନ ପାଇଁ ପ୍ରୋତ୍ସାହନ ମିଳିବ । ଚାରି ଓ ଛଅ ଚକିା ଯାନକୁ ସବସିଡି ଦେବେ ସରକାର । ୨୦୨୭ ସୁଦ୍ଧା ପୁଷ୍ଟିହୀନତା ହ୍ରାସ କରାଯିବ । ଅଙ୍ଗନବାଡି କର୍ମୀଙ୍କୁ ଦିଆଯିବ ଶୈକ୍ଷିକ ସାଧନ ବ୍ୟକ୍ତି ତାଲିମ । ସରକାରୀ ବିଦ୍ୟାଳୟରେ ଏଆଇର ବ୍ୟବହାର ହେବ । ଲାଇବ୍ରେରୀ ଅନ୍ ହୁଇଲ କାର୍ଯ୍ୟକ୍ରମ ଆରମ୍ଭ ହେବ । ସମୃଦ୍ଧ କୃଷକ ନୀତି ପ୍ରଚଳନ କରି କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବୁ । ଏହି ନୀତି ଅଧିନରେ ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ଦିଆଯିବ । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ । କୃଷକଙ୍କ ଆୟ ବୃଦ୍ଧି ମୋ ସରକାରର ମୂଳ ଲକ୍ଷ୍ୟ । ଶୀତଳ ଭଣ୍ଡାର ସୁବିଧା, ପ୍ରକ୍ରିୟାକରଣ ୟୁନିଟ, ଯୋଗାଣ ଶୃଙ୍ଖଳିତ ହେବ । ମଣ୍ଡିରେ ଶସ୍ୟ ଭଣ୍ଡାର, କୃଷକ ବିଶ୍ରାମ ଗୃହ ରହିବ । ବଜାର ଜାତୀୟ ଶସ୍ୟ ଉତ୍ପାଦନ, ବ୍ୟବହାର ବୃଦ୍ଧି ପଦକ୍ଷେପ ନେବୁ । ଓଡିଶାରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆମିବାକୁ ପ୍ରତିଶ୍ରୁତିବଦ୍ଧ । ଶିକ୍ଷକ ପ୍ରଶିକ୍ଷଣ, ଗ୍ରାମାଞ୍ଚଳରେ ଡିଜିଟାଲ ଭିତିଭୂମି ସମ୍ପ୍ରସାରଣ ହେବ । ରାଜ୍ୟରେ ନିଯୁକ୍ତି ହେବେ ୩ ହଜାର ନୂଆ ଡାକ୍ତର । ମେଡିକାଲରେ ସ୍ତ୍ରୀ ଓ ଶିଶୁ ରୋଗ ବିଶଷେଜ୍ଞ ରହିବେ । ନର୍ସଙ୍କ ଆବଶ୍ୟକତାକୁ ସୁନିଶ୍ଚିତ କରାଯିବ । ଉପକେନ୍ଦ୍ର,ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନାଁ ବଦଳିବ । ନାଁ ବଦଳି ଆରୋଗ୍ୟ ମନ୍ଦିର କରାଯିବ ।ଓଡିଆ ଚଳଚ୍ଚିତ୍ର ଶିଳ୍ପ ଚଳଚଞ୍ଚଳ କରାଯିବ । ଧାମରା, ପାରାଦୀପ, ଗୋପାଳପୁରରେ ଶିଳ୍ପାଢ୍ଚଳର ବିକାଶ ହେବ । ଓଡିଶା ହସ୍ତଶିଳ୍ପ ଡିଜାଇନ ବ୍ୟାଙ୍କ ପ୍ରତିଷ୍ଠା ହେବ । ହସ୍ତଶିଳ୍ପ ଉତ୍ପାଦନକୁ ବ୍ରାଣ୍ଡ ଭାବେ ପରିଚିତ କରାଯିବ । ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାରରୁ ଅଧିକ ନିଯୁକ୍ତି ମିଳିବ । ନିରପେକ୍ଷ ଓ ସ୍ୱଚ୍ଛ ଭାବରେ ୧.୫ ଲକ୍ଷ ସରକାରୀ ନିଯୁକ୍ତି ସୁନିଶ୍ଚିତ ହେବ । ଆସନ୍ତା ୨ ବର୍ଷ ମଧ୍ୟରେ ୬୫ ହଜାର ସରକାରୀ ପଦବୀ ପୂରଣ ହେବ । ଓଡିଶାରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୫ ଲକ୍ଷ ଘର ନିର୍ମାଣ ହେବ । ଗ୍ରାମାଞ୍ଚଳରେ ୧୦ ଲକ୍ଷ ଓ ସହରାଞ୍ଚଳରେ ୫ ଲକ୍ଷ ଘର ନିର୍ମାଣ ହେବ । ପିଏମଏୱାଇରେ ଅନ୍ତର୍ଭୁକ୍ତ ନଥିବା ନିମ୍ନ ଆୟବର୍ଗଙ୍କ ପାଇଁ ଆଉ ଏକ ଯୋଜନା ହେବ । ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରାଯିବ । ଏହା ସମସ୍ତ ଯୋଗ୍ୟ ଓଡିଶାବାସୀଙ୍କ ପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦେବ । ଗର୍ଭବତୀଙ୍କୁ ପୁଷ୍ଟିକର ଆବଶ୍ୟକତା ପୂରଣ ପାଇଁ ଆର୍ଥିକ ସହାୟତା ମିଳିବ । ଜିଲ୍ଲାରେ ମେଡିକାଲ କଲେଜ, ନର୍ସିଂ କଲେଜ, ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ହେବ । ଓଡିଆ ଅସ୍ମିତା ଭବନ, ତାଳପତ୍ର ପାଣ୍ଡୁଲିପି ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ । ଓଡିଆ ଅନୁଦାନ ଏକାଡେମୀ, ପାଇକ ବିଦ୍ରୋହ ସ୍ମାରକୀର ବିକାଶ ହେବ । ଏଥିପାଇଁ ମୋ ସରକାର ଏକ କର୍ପସ ଫଣ୍ଡ ଗଠନ କରିବ । ଜାତୀୟ ଓ ଆନ୍ତଜାତୀୟ ବିଶ୍ୱବିଦ୍ୟଳୟରେ ଓଡିଆ ଚେୟାର ପ୍ରତିଷ୍ଠା ହେବ ।