27.1 C
Bhubaneswar
Monday, December 8, 2025
Homeଓଡିଶାମୋଦୀଙ୍କ ହାତରେ ଆମ ଦେଶ ସୁରକ୍ଷିତ: ମୁଖ୍ୟମନ୍ତ୍ରୀ

ମୋଦୀଙ୍କ ହାତରେ ଆମ ଦେଶ ସୁରକ୍ଷିତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀ ଜନତା ମଇଦାନରେ ସ୍ୱାଗତ ଭାଷଣ ରଖିଛନ୍ତି । କହିଛନ୍ତି , ଓଡିଶା ପାଇଁ ଆଜି ଗୌରବମୟ ମୂହୁର୍ତ୍ତ ।  ମୋଦିଙ୍କ ପାଇଁ ଦେଶ ଆଜି ପୁରା ସୁରକ୍ଷିତ । ଦେଶ ଆଜି ବିଶ୍ୱର ଚତୁର୍ଥ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର ହେବ । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ବର୍ଷେ ଶାସନର ସୌଭାଗ୍ୟ ମିଳିଛି । ବର୍ଷକ ଭିତରେ ଅନେକ ଉପଲବ୍ଧି ମିଳି ସାରିଛି । ଓଡିଶା ବିକାଶ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିଛି । ସମସ୍ତ ୩୦ ଜିଲ୍ଲା ଗସ୍ତ କରି ଲୋକଙ୍କ ଦୁଃଖ ବୁଝିଛି ।  ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିପାରିଛୁ । ଲକ୍ଷପତି ଦିଦି ସୃଷ୍ଟିରେ ସାରା ଦେଶରେ ପ୍ରଥମ ହୋଇପାରିଛୁ ।  ଚାଷୀଙ୍କୁ ୮ ଶହ ଟଙ୍କାର ବୋନସ ପ୍ରଦାନ କରିଛୁ ।  ବିକଶିତ ଗାଁ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ କରିଛୁ ।  ୨୮ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛୁ ।  ଓଡିଶା ପୂର୍ୱ ଭାରତର ଶିଳ୍ପ ହବ ପାଇଁ ପ୍ରତିଶ୍ରୁତିବଦ୍ଧ । ଭିଜନ ଡକ୍ୟୁମେଣ୍ଟ ୨୦୩୬ ମଧ୍ୟ ପ୍ରସ୍ତୁତ କରିସାରିଛୁ ।  ୨୦୩୬ ପାଇଁ ୩୬ଟି ପ୍ରମୁଖ କାଯ୍ୟ  ପାଇଁ ନିଷ୍ପତ୍ତି ନେଇ ସାରିଛୁ ।  ଆପଣଙ୍କ ମାର୍ଗଦର୍ଶନରେ ବିକଶିତ ଓଡିଶା ସ୍ୱପ୍ନ ପୂରଣ ହେବାକୁ ଯାଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking