ଭୁବନେଶ୍ୱର: ପୁଣି ଆମ ନେଲା ବାଇକ ଆରୋହୀଙ୍କ ଜୀବନ । ଭୁବନେଶ୍ୱରରେ ତମାଣ୍ଡୋ ଅଞ୍ଚଳରେ ଥିବା ଶୋରୁମ ଆଗରେ ଏଭଳି ଦୁର୍ଘଟଣା ଘଟିଛି । ଏନେଇ ସ୍ତାନୀୟ ଲୋକେ ଖଣ୍ଡଗିରି ପୋଲିସକୁ ଖବର ଦେିଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ପଠାଯାଇଛି । ମୃତକଙ୍କ ପରିଚୟା ଏ ଯାଏ ଅସ୍ପଷ୍ଟ ରହିଛି । ତେବେ ବଡ କତା ହେଉଛି , ଆମ ବସ ଡ୍ରାଇଭର ମାନେ ଆଉ କେତେ ଜଣଙ୍କ ଜୀବନ ନେଲେ ଗାଡି ଚାଳନାରେ ସୁଧାର ଆଣିବେ । ଏମିତି ବେପରୁଆ ଭାବେ ଗାଡି ଚାଳନା ଆଉ କେତେ ଜଣଙ୍କ ମୁଣ୍ଡ ନେବ ।










