29.1 C
Bhubaneswar
Sunday, March 30, 2025
Homeଓଡିଶାଘାଟାରେ ଚାଲୁଛି ଓଏସ୍‌ଆର୍‌ଟସିି

ଘାଟାରେ ଚାଲୁଛି ଓଏସ୍‌ଆର୍‌ଟସିି

ଭୁବନେଶ୍ୱର: ବିଧାନସଭାରେ ଓଏସ୍‌ଆର୍‌ଟସିିକୁ ନେଇ ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । କହିଲେ ଘାଟାରେ ଚାଲୁଛି ଓଏସ୍‌ଆର୍‌ଟସିି । ଗତ ଦୁଇ ବର୍ଷ ମଧ୍ୟରେ ୪୫ କୋଟି ୪୬ ଲକ୍ଷ ଟଙ୍କା କ୍ଷତି ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ୧୮ କୋଟି ୮୩ ଲକ୍ଷ ଟଙ୍କା କ୍ଷତି ହୋଇଥିବା ବେଳେ ୨୦୨୩-୨୪ରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି ହୋଇଛି । ସେହିପରି ଭାବେ ୨୦୨୨-୨୩ରେ ୧୪୫ କୋଟି ଟଙ୍କା ଆୟ ହୋଇଥିବା ବେଳେ ୧୬୪ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ଅନ୍ୟପଟେ ୨୦୨୩-୨୪ରେ ୧୫୬ କୋଟି ୪୩ ଲକ୍ଷ ଟଙ୍କା ଆୟ ବେଳେ ୧୮୩ କୋଟି ୬ ଲକ୍ଷ ଟଙ୍କା ବ୍ୟୟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking