31.1 C
Bhubaneswar
Saturday, February 7, 2026
Homeଓଡିଶାଓଏସଆରଟିସି ବସ ଓ ଟ୍ରକ ଧକ୍କା: ଟ୍ରକ ଡ୍ରାଇଭର ଗୁରୁତର

ଓଏସଆରଟିସି ବସ ଓ ଟ୍ରକ ଧକ୍କା: ଟ୍ରକ ଡ୍ରାଇଭର ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର ରଙ୍ଗଥଳି ନିକଟରେ ଓଏସଆରଟିସି ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ତିନି ବସ ଯାତ୍ରୀଙ୍କ ସହ ଟ୍ରକ ଡ୍ରାଇଭର ଗୁରୁତର ଅଛନ୍ତି । ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ ଓଏସଆରଟିସି ବସ ଆଜି ରାତି ପ୍ରାୟ ପ୍ରାୟ ତିନିଟା ସମୟରେ ରଙ୍ଗଥଳି ଦେଇ ଯାଉଥିବା ବେଳେ ଅପର ପାଶ୍ୱର୍ରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ଡ୍ରାଇଭର ଗୁରୁତର ହେବା ସହ ଟ୍ରକର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି । ଖବର ପାଇ ପୋଲିସ ଓ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ଥିବାରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।ଟ୍ରକ ଡ୍ରାଇଭରଙ୍କ ଆଖି ଲାଗିଯାଇଥିବା ଯୋଗୁ ଏପରି ଦୁର୍ଘଟଣା ହୋଇଥିବା ଜଣାପଡିଛି  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking