32.1 C
Bhubaneswar
Thursday, March 26, 2026
Homeଓଡିଶାଫାଇରିଙ୍ଗ ଅଭ୍ୟାସ ବେଳେ ଓଡ଼ିଆ ଯବାନ ସହିଦ୍

ଫାଇରିଙ୍ଗ ଅଭ୍ୟାସ ବେଳେ ଓଡ଼ିଆ ଯବାନ ସହିଦ୍

କୋରାପୁଟ: ଟ୍ୟାଙ୍କ ଫିଲ୍ଡ ଫାଇରିଙ୍ଗ ଅଭ୍ୟାସ ବେଳେ ବିସ୍ଫୋରଣରେ ଜଣେ ଓଡ଼ିଆ ଯବାନ ସହିଦ୍ ହୋଇଛନ୍ତି। ଯବାନ ଜଣକ ହେଲେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ବଡାଗୁଡା ଗ୍ରାମର ଈଶ୍ଵର ତଲିଆ। ସେ ୨୦୧୧ ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ସମ୍ପ୍ରତି ଯବାନ ଈଶ୍ୱର ଜମ୍ମୁରେ ୪୬ ଆର୍ମୀ ଆରମୋଡ୍ ରେଜିମେଣ୍ଟରେ ଏଲ.ଡି ପଦବିରେ କାର‌୍ୟ୍ୟରତ ଥିଲେ।ଜମ୍ମୁରେ କାର୍ଯ୍ୟରତ ୪୬ ଆର୍ମୀ ଆରମୋଡ୍ ରେଜିମେଣ୍ଟ ଈଶ୍ୱର ତଲିଆଙ୍କ ଫାୟାରିଙ୍ଗ ବେଳେ ଟ୍ୟାଙ୍କରେ ବୋମା ବିସ୍ଫୋରଣ ହୋଇ ସହିଦ୍ ହୋଇଯାଇଛନ୍ତି । ରାଜସ୍ଥାନର ଫକରନ୍ ରେଞ୍ଜରେ ଫାୟାରିଙ୍ଗ ଅଭ୍ୟାସ କରିବା ପାଇଁ ଯାଇଥିଲେ । ଅଭ୍ୟାସ ବେଳେ ହଠାତ ଟ୍ୟାଙ୍କରୁ ବୋମା ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଉତ୍ତରପ୍ରଦେଶର ଏସ.ଡି. ଆଶୁତୋଷ ମିଶ୍ର ଏବଂ ରାଜସ୍ଥାନର ଏଲ.ଡି. ଜିତେନ୍ଦ୍ର କୁମାର ସହିଦ୍ ହୋଇଥିବା ବେଳେ ଓଡ଼ିଆ ଯବାନ ଈଶ୍ବର ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଯବାନ ଈଶ୍ୱରଙ୍କୁ ରାଜସ୍ଥାନରୁ ହେଲିକପ୍ଟର ଯୋଗେ ଚଣ୍ଡୀଗଡ଼ କମାଣ୍ଡ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ସହିଦ୍ ହୋଇଯାଇଥିଲେ ଈଶ୍ବର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking