ଭୁବନେଶ୍ୱର: ଖୁବଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି, ଗଣତି ମଣତି ପ୍ରକ୍ରିୟା ୫ରୁ ୬ ମାସ ଭିତରେ ସରିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜମାଇ ଦିଆଯାଇଛି । ପ୍ରଥମେ ହାଇ ଲେବେଲ କମିଟି ବୈଠକ ବସିବ । ଏହାପରେ ମ୍ୟାନେଜିଂ କମିଟିକୁ ଏହି ପ୍ରସଙ୍ଗ ଆସିବ । ଅନୁମୋଦନ ପରେ କେବେଠୁ ଗଣତି, ମଣତି, ସରକାରଙ୍କୁ ଜଣାଇ ଦିଆଯିବ । ଅନ୍ୟପଟେ ଆଜି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ପ୍ରେସମିଟ କରି ସୂଚନା ଦେଇଛନ୍ତି ଯେ ୭ ତାରିଖରେ ବସିବ ରତ୍ନଭଣ୍ଡାର ସଂପର୍କିତ ବୈଠକ ।ରତ୍ନଭଣ୍ଡାର ସମ୍ପୁର୍ଣ୍ଣ ମରାମତି ପରେ ଅଳଙ୍କାର ପୂର୍ଣ୍ଣ ସ୍ଥାପିତ ହୋଇଛି । ଗଣତି ମଣତି ନେଇ ଏସଓପି ଉପରେ ହେବ ଆଲୋଚନା । ଜଗନ୍ନାଥ ପ୍ରେମୀଙ୍କ ସହଯୋଗ କାମନା କରିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ । ଭିତର ଭଣ୍ଡାରରେ ହେବ ଗଣତି ମଣତି । ୧୯୭୮ ମସିହା ଗଣତି ମଣତି ତାଲିକା ସହ ଟାଲି କରାଯିବ ।










