26.1 C
Bhubaneswar
Friday, March 27, 2026
Homeଓଡିଶାସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ର ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ ଆୟୋଜିତ

ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ର ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌)ରେ ଏମ୍‌.ବିଏ(ଏଚଏମ୍‌) ଓ ବିଏଚ୍‌ଏମ୍ (ସିଟି)ର ନୂତନ ବର୍ଷ ୨୦୨୫-୨୦୨୭ ଓ୨୦୨୫- ୨୦୨୮ବ୍ୟାଚ୍ ର ନୂତନ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗୁରୁବାର ଏକ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଚଳିତ ବର୍ଷ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ୍‌ର ସୋଆ ବିଶ୍ୱବିଦ୍ୟାଳୟ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ହାସଲ କରିଛି । ଏଭଳି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଲାଭ କରିବାକୁ ଚୟନ କରିଥିବାରୁ ପିତାମାତାଙ୍କ ସମେତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ ।

ସକାରାତ୍ମକ ମନୋଭାବ, କଠିନ ପରିଶ୍ରମ ଓ ନିଜ ଲକ୍ଷ୍ୟକୁ ହାସଲ କରିବା ନିମନ୍ତେ ଉଦ୍ୟମ ଜରୁରୀ କିନ୍ତୁ ପ୍ରତିଦିନ ଅଧ୍ୟୟନ କରିବା ଆବଶ୍ୟକ । ପ୍ରତ୍ୟେକ ଦିନ କିଛି କିଛି ନୂଆ ଶିକ୍ଷା ଲାଭ କରିବା ଉଦ୍ଦେଶ୍ୟ ନେଇ ଆଗକୁ ବଢିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ । ସେହିପରି ପିପୁଲ୍ ହୋଟେଲସ୍ ଆଣ୍ଡ ରିସଟ୍‌ର୍ସ ର ଚିଫ୍ ଏଗ୍‌ଜୁକେଟିଭ୍ ଅଫିସର୍ ଶ୍ରୀ ସୁବ୍ରତ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ବୃତିଗତ ଶିକ୍ଷାରେ ଧୈର୍ଯ୍ୟ, ସକାରାତ୍ମକ ଚିନ୍ତାଧାରା, ଉଚ୍ଚମନୋଭାବ ଓ କଠିନ ପରିଶ୍ରମ ହିଁ ନିଜ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ । ସେହିପରି ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲ୍‌ର ଏଚ୍‌ଆର୍ ମ୍ୟାନେଜର ଶ୍ରୀ ଜଚିନ୍ଦ୍ର କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ କାହାଣୀ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିିଥିଲେ । ଆମ୍ବବିଶ୍ୱାସ, ଆତ୍ମଚିନ୍ତନ ଓ ନିଜର ଲକ୍ଷ୍ୟକୁ ପୁରଣ କରିବା ନିମନ୍ତେ ଆଗକୁ ଅଗ୍ରସର ହେବାକୁ ସେ ପରାମର୍ଶ ଦେଇଥିଲେ । ବର୍ତମାନ ସମୟରେ ଏହି ଶିକ୍ଷା ଅଧ୍ୟୟନର ଚାହିଦା ବେଶ ବୃଦ୍ଧି ପାଇଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ନିଶିନ୍ ଫୁଡ୍ ପ୍ରାଇଭେଟ ଲିମିଟେଡ୍‌ର ଓଡ଼ିଶା ଶାଖାର ମୁଖ୍ୟ ଶ୍ରୀ ସତ୍ୟବ୍ରତ ବେହେରା ଯୋଗ ଦେଇଥିଲେ । ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସ୍ୱାଗତ ଭାଷଣ ଦେବା ସହିତ ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିବା ବେଳେ ଏସ୍‌ଏଚ୍‌ଏମ୍‌ର ପ୍ରଫେସର ସ୍ମିତା ସୁଚରିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking