21.1 C
Bhubaneswar
Thursday, January 30, 2025
Homeଦେଶ ବିଦେଶବହରାଇଚରେ ମଣିଷଖିଆ ଗଧିଆ ମାରିବାକୁ ଆଦେଶ

ବହରାଇଚରେ ମଣିଷଖିଆ ଗଧିଆ ମାରିବାକୁ ଆଦେଶ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବହରାଇଚରେ ଆତଙ୍କ ସୃଷ୍ଟି କରିଛନ୍ତି ମଣିଷଖିଆ ଗଧିଆ । ଏଠାରେ ଗଧିଆ ଆକ୍ରମଣରେ ୮ ପିଲାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି । ବହୁ ଚେଷ୍ଟା ପରେ ମଧ୍ୟ ବନ ବିଭାଗ କେବଳ ଚାରିଟି ଗଧିଆ ଧରିବାରେ ସଫଳ ହୋଇଛି । ଏବେ ବି ଦୁଇଟି ଗଧିଆ ଲୋକଙ୍କୁ ଆକ୍ରମଣ କରୁଛନ୍ତି । ଏଭଳି ପରିସ୍ଥିତିରେ ଦେଖୁ ଦେଖୁ ସେମାନଙ୍କୁ ମାରିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଜଙ୍ଗଲ ବିଭାଗ ମନ୍ତ୍ରୀ ।

ମନ୍ତ୍ରୀ ଅରୁଣ କୁମାର ସକ୍ସେନା କହିଛନ୍ତି ଯେ ଗଧିଆ ଧରିବାକୁ ଆମେ ଚେଷ୍ଟା କରୁଛୁ । ଏଥିପାଇଁ ଲଗାତାର ପ୍ରୟାସ କରାଯାଉଛି । ତଥାପି ଗଧିଆମାନେ ଧରାପଡ଼ୁ ନାହାନ୍ତି । ତେଣୁ ସେମାନଙ୍କୁ ଦେଖୁ ଦେଖୁ ମାରିଦେବା ଉଚିତ୍ । ଗଧିଆ ମାରିବା ଭୁଲ ହେବ ନାହିଁ । କାରଣ, ଆମେ ଆଉ ଗଧିଆମାନଙ୍କୁ ଲୋକଙ୍କ ଉପରେ ଆକ୍ରମଣ କରିବାକୁ ଦେଇପାରିବୁ ନାହିଁ ।

ଗଧିଆ ମାରିବାକୁ ନିର୍ଦ୍ଦେଶ ଦେବା ଭୁଲ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି । ଦୁଇଟି ଗଧିଆଙ୍କୁ ଧରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରାଯିବା ଉଚିତ୍ । ଯଦି ଧରାଯାଇପାରୁ ନାହିଁ, ତେବେ ଦେଖିବା କ୍ଷଣି ସେମାନଙ୍କୁ ମାରିଦେବା ଉଚିତ୍ । ଏଥିରେ କିଛି ଭୁଲ୍ ନାହିଁ । ଆମ ନିରୀକ୍ଷଣରେ ଛଅଟି ଗଧିଆ ନଜର ଆସିଥିଲେ । ଏଥିମଧ୍ୟରୁ ଚାରିଟିକୁ ଧରାଯାଇଥିବା ବେଳେ ଆଉ ଦୁଇଟି ଧରାପଡ଼ି ନାହାନ୍ତି । ଏତେ ପରିଶ୍ରମ ସତ୍ତ୍ୱେ ଆମେ ସେମାନଙ୍କୁ ଧରିପାରି ନାହୁଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking