31.1 C
Bhubaneswar
Wednesday, March 25, 2026
Homeଓଡିଶାବିରୋଧୀଙ୍କ ହଟ୍ଟଗୋଳ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ବିରୋଧୀଙ୍କ ହଟ୍ଟଗୋଳ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଚାଲିପାରିଲାନି ଗୃହ । ଏନେଇ ବାଚସ୍ପତି ସୁରମା ପାଢୀ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ କରିଛନ୍ତି । ଥମୁନି ଏସସିବି ତାତି । ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଲ୍ଲୋବୋଲ । ଗୃହର ମଧ୍ୟଭାଗକୁ ଆସି ଉଭୟ ବିଜେଡି, କଂଗ୍ରେସ ସଦସ୍ୟ କଳା ଟି ସାର୍ଟ ପିନ୍ଧି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ନାରାବାଜି କରିଛନ୍ତି । ବାଚସ୍ପତି ସୁରମା ପାଢୀ ବିରୋଧୀଙ୍କୁ ପ୍ରଶ୍ନକାଳରେ ସହଯୋଗ ପାଇଁ ଅନୁମତି ଲୋଡିଲେ ମଧ୍ୟ କୌଣସି କଥା ଶୁଣିନଥିଲେ । ସେମିତି ନାରାବାଜି କରି ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗୃହରେ ବିରୋଧୀ ବିଶୃଙ୍ଖଳା କରିବାରୁ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ କରିଛନ୍ତି ।ଅନ୍ୟପଟେ ଜାଣିଶୁଣି ବିରୋଧୀ ଗୃହକାର୍ଯ୍ୟ ବନ୍ଦ କରୁଥବା ଅଭିଯୋଗ କରିଛି ଶାସକ ଦଳ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking