27.1 C
Bhubaneswar
Monday, April 13, 2026
Homeଓଡିଶାବିରୋଧୀଙ୍କ ହଟ୍ଟଗୋଳ: ୩୦ ମିନିଟ ଗୃହ ମୁଲତବୀ

ବିରୋଧୀଙ୍କ ହଟ୍ଟଗୋଳ: ୩୦ ମିନିଟ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଆଜି ଷଷ୍ଠ ଦିନ । ଚାଲିପାରିଲାନି ପ୍ରଶ୍ନକାଳ । ବିଜେଡି ଓ କଂଗ୍ରସ ବିଧାୟକ ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ବିଜେଡି ବିଧାୟକ ଚାଷୀ ପ୍ରସଙ୍ଗ, ମଣ୍ଡି ଅବ୍ୟବସ୍ଥା, କଟନୀ ଛଟନୀ ଏସବୁ ପ୍ରସଙ୍ଗକୁ ଭିତ୍ତି କରି ନାରାବାଜି କରିଥିବା ବେଳେ ଏପଷ୍ଟିନ ଫାଇଲ୍ସ ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଇସ୍ପଫା ଦାବି କରିଛି କଂଗ୍ରେସ । ସୁରମା ପାଢୀ ବିରୋଧୀଙ୍କୁ ନିଜ ସ୍ଥାନକୁ ଯିବାକୁ ଅନୁରୋଧ କରିଥିଲେ ହେଁ ସେମାନେ ନ ଯାଇ ପ୍ରତିବାଦ ଜାରି ରଖିଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ବିରୋଧୀଙ୍କ ବିଶୃଙ୍ଖଳା କାରଣରୁ ପୁଣି ୩୦ମିନଟ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ସୂଚନାଥାଉକି, ପୂର୍ବରୁ ଗୃହ ମାତ୍ର ୬ ମିନିଟ ଚାଲିପାରିଥିଲା । ପ୍ରଶ୍ନୋତ୍ତର କାଳ ଆରମ୍ଭରୁ ବିରୋଧୀ ହୋହଲ୍ଲା କରିଥିଲେ । ଏଥିସହିତ ବିରୋଧୀ ହାତରେ ପ୍ଲାକାର୍ଡ, ପୋଷ୍ଟର ଧରି ହୋହଲ୍ଲା କରିବା ସହ ହଟ୍ଟଗୋଳ କରିଥିଲେ । ଗୃହକୁ ଚଳାଇଦେଇ ନଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ବିରୋଧୀଙ୍କ ବିଶୃଙ୍ଖଳା କାରଣରୁ ୧୧.୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ବିଧାନସଭା ବଜେଟ ଅଧିବେଶନର ଆଜିକୁ ୬ ଦିନ ହେଲାଣି ତଥାପି ସ୍ୱାଭାବିକ ଭାବେ ଚାଲିପାରୁନି ଗୃହ । ତେବେ ଲୋକଙ୍କ ସମସ୍ୟାର ସମାଧାନ ହେବ କିପରି ତାହା ଏବେ ବଡ ପ୍ରଶ୍ନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking