ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ହିଁ ଗୃହରେ ବିରୋଧୀ ଦଳ ନାରାବାଜି କରିଥିଲେ । ବିରୋଧୀଙ୍କ ହୋହଲ୍ଲାରେ ଚାଲିଥିଲା ପ୍ରଶ୍ନକାଳ । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ପୋଷ୍ଟର ଧରି ପାଟିତୁଣ୍ଡ କରିଥିଲେ ବିରୋଧୀ । ରାଜ୍ୟରେ ସାର ଅଭାବ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ନାରାବାଜି କରିଥିଲେ । ଫଳରେ ଚାଲିପାରିନଥିଲା ଗୃହ। ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଅନ୍ୟପଟେ ଗତକାଲି ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମହିଳା ନିର୍ଯାତନା, ନାରୀ ଅସୁରକ୍ଷିତ, ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ସରକାରଙ୍କ ଆକ୍ରମଣ ଏସବୁ ପ୍ରସଙ୍ଗକୁ ନେଇ ଅନାସ୍ଥା ଆଣିଛି କଂଗ୍ରେସ ।










