21.1 C
Bhubaneswar
Monday, December 8, 2025
Homeଦେଶ ବିଦେଶବିରୋଧୀଙ୍କ ହଙ୍ଗାମା: ୧ଟା ଯାଏଁ ଗୃହ ମୁଲତବି  

ବିରୋଧୀଙ୍କ ହଙ୍ଗାମା: ୧ଟା ଯାଏଁ ଗୃହ ମୁଲତବି  

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଲେ ବାଚସ୍ପତି ଓମ ବିର୍ଲା । ଗୃହ ଚଳାଇ ଦେଉନଥିବାରୁ ସେ ବିରକ୍ତି ପ୍ରକାଶ  କରିବା ସହ ଅପରେସନ ସିନ୍ଦୂର ନେଇ ଆଲୋଚନା ଚାହୁଁ ନାହାନ୍ତିକି ବୋଲି ପ୍ରଶ୍ନ କରିଥିଲେ । ପ୍ରଶ୍ନକାଳ ବେଳେ ବିରୋଧୀ ବଡ ହଙ୍ଗାମା କରିବା , ପୋଷ୍ଟର ଦେଖାଇବା ଏବଂ ପାଟିତୁଣ୍ଡ କରିବା ଦ୍ୱାରା ଗୃହ କାଯ୍ୟ ଚାଲିପାରିନଥିଲା । ସେ ବିରୋଧୀ ଦଳ ନେତାଙ୍କୁ ମଧ୍ୟ ତାଙ୍କ ଦଳ ନେତାଙ୍କୁ କହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗୃହରେ ଅପରେସନ ସିନ୍ଦୁର ନେଇ ଚର୍ଚ୍ଚା  କରୁଛ ହେଲେ ଚର୍ଚ୍ଚା ଆରମ୍ଭ ବେଳେ ଗୃହ ଚଳାଇ ଦେଉନାହଁ । ଏହା କିଭଳି ମାନସିକତା ବୋଲି ବାଚସ୍ପତି କହିଛନ୍ତି । ବାଚସ୍ପତିଙ୍କର ନିବେଦନ ପରେ ବି ବିରୋଧୀଙ୍କର ନାରାବାଜି ଜାରି  ରହିଥିବାରୁ ଗୃହକୁ ଦିନ ୧ଟା ଯାଏଁ ମୁଲତବି ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking