ଭୁବନେଶ୍ୱର : ପୋଲାଭରମ ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ରଖିଲା ବିଜେପି ବିଧାୟକ ଅଶୋକ ମହାନ୍ତି । ପୋଲାଭରମ ପ୍ରସଙ୍ଗରେ ରାଜ୍ୟବାସୀଙକ୍ୁ ଭ୍ରମିତ କରୁଛନ୍ତି ବିରୋଧୀ । ଓଡିଶାର ଇଞ୍ଚେ ଜମି ଅବୈଧ ଭାବେ ପୋଲାଭରମକୁ ଦିଆଯିବନି । ବିରୋଧିଙ୍କ ଅଭିଯୋଗ ସଂପୂର୍ଣ୍ ଭିତ୍ତିହୀନ କହିଛନ୍ତି ଅଶୋକ ମହାନ୍ତି । ଆଜି ଗୃହରେ ପୋଲାଭରମ ପ୍ରକଳ୍ପକୁ ନେଇ ତାତି ଉଠିଥିଲା । ଯାହା ଫଳରେ ଗୃହକୁ ୧୧ଟା ୩୦ ରେ ମୁଲତବି ରଖାଯାଇଥିଲା ତାପରେ ୪ ଟା ଯାଏ ଗୃହକୁ ମୁଲତବି ରଖାଯାଇଛି ।