ଭୁବନେଶ୍ୱର: ପାଣ୍ଡିଆନଙ୍କ ସୁରକ୍ଷାକୁନେଇ ଜୋର ଧରିଲା ରାଜନୈତିକ ବୟାନବାଜି। କାରଣ ବିଜେଡି ସରକାର ସମୟରେ ପାଣ୍ଡିଆନଙ୍କ ସୁରକ୍ଷାରେ କେବଳ ନିୟୋଜିତ ଥିଲେ ୭୨ ଅଧିକାରୀ। ଗତକାଲି ନାଁ ନନେଇ ପାଣ୍ଡିଆନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ ଆଇନ ମନ୍ତ୍ରୀ । ଆଜି ଏହାକୁ ନେଇ ଗୃହରେ ରାଜନୈତିକ ବୟାନବାଜି ଜୋର ଧରିଛି । ବିଶେଷ କରି କଂଗ୍ରେସ ବିଧାୟକ ଅଶୋକ ଦାସ ଏହାକୁ ନେଇ କଡା ବୟାନ ରଖି କହିଛନ୍ତି, ବିଜେଡି-ବିଜେପି ଚତୁରେ ଚତୁରେ କୋଳାକୋଳି, ମିଶିକି ଅଛନ୍ତି । କାହିଁକି କାର୍ଯ୍ୟାନୁଷ୍ଠାନ ନିଆ ଯାଇନି ବୋଲି କଂଗ୍ରେସ ପ୍ରଶ୍ନ କରଛି । ଏପଟେ ବିଜେପି ଏବେ ସରକାରରେ , ଇଡି ଓ ସିବିଆଇ ତାଙ୍କ ପାଖରେ । ୧୮ ମାସ ବିତିଲାଣି । ଯଦି କାର୍ଯ୍ୟାନୁଷ୍ଠାନ ନେବା କଥା ନେଉନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ସାରଦା ଜେନା । ବିଧାୟକ ଜବାବରେ ବିଜେପି କହିଛି ପାଣ୍ଡିଆନ କିଏ ଓ କାହିଁକି ତାଙ୍କୁ ସୁରକ୍ଷା ଦିଆଯାଇଥିଲା ନିଶ୍ଚିତ ତଦନ୍ତ ହେବ । କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ ।










