ନୂଆଦିଲ୍ଲୀ: ଅପରେସନ ସିନ୍ଦୁରକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସୂଚନା ଦେଇଛନ୍ତି । କହିଛନ୍ତି ,ଭାରତୀୟ ସେନା ଅପରେସନ ସିନ୍ଦୁରକୁ ସଫଳ କରିଛନ୍ତି । ଆତଙ୍କବାଦୀଙ୍କ ଠିକଣାକୁ ମାଟିରେ ମିଶାଇଲା ସେନା । ଆତଙ୍କବାଦୀକୁ ନେଇ ପାକିସ୍ତାନର ମିଛ ଧରାପଡିଲା । ପାକିସ୍ତାନ ଆହୁରି ଭୋଗିବ କହିଲେ ସମ୍ବିତ ପାତ୍ର । ପହଲଗାମ ହମଲାର ଜବାବ ଦିଆଯିବ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କଷ୍ପନା ବାହାରେ ପ୍ରତିଶୋଧ ନିଆଯିବ କହିଥିଲେ, ତାହା କରି ଦେଖାଇଲେ । ମାଟିରେ ମିଶାଇବା ସହ ଘରେ ପଶି ମାରିବେ କହିଥିଲେ ପ୍ରଧାନମନ୍ତ୍ରୀ । ବିଶ୍ୱକୁ ଏକ ବଡ ବାର୍ତ୍ତ ଦେଇଛି ଅପରେସନ ସିନ୍ଦୁର ।