28.1 C
Bhubaneswar
Friday, June 20, 2025
Homeଓଡିଶାଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଅପରେସନ ଆନାକୋଣ୍ଡା ୨.୦

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଅପରେସନ ଆନାକୋଣ୍ଡା ୨.୦

ମାଲକାନଗିରି: ସରଣ୍ଡା ଜଙ୍ଗଲରେ  ଖୁବଶୀଘ୍ର  ଆରମ୍ଭ  ହେବାକୁ ଯାଉଛି  ଅପରେସନ ଆନାକୋଣ୍ଡା ୨.୦ ଝାଡଖଣ୍ଡ ଓ ଓଡିଶା ସୀମାରେ  ଥିବା  ଜଙ୍ଗଲରେ  ସୁରକ୍ଷା  ବାହିନୀ ପକ୍ଷରୁ  ହେବ ମାଓ ଏହି ମାଓ ନିପାତ  ଅଭିଯାନ ।   ଜଙ୍ଗଲ ଭିତରେ  ଲୁଚି ଥିବା ନକ୍ସଲଙ୍କ ଦମନ  ଏହି ଅପରେସନର ମୂଳ ଉଦ୍ଦେଶ୍ୟ ।  ଏହି ଅପରେସନ ଅତ୍ୟାଧୁନିକ  ଅସ୍ତ୍ରଶସ୍ତ୍ର , ଡ୍ରୋନ,  ସାଟେଲାଇଟ ନିରୀକ୍ଷଣ , ପର୍ବତ ସେନା ଓ ଜଙ୍ଗଲ ଯୁଦ୍ଧ  ବିଶେଷଜ୍ଞ ସାମିଲ ହେବେ ।  ଏଥିସହ ସିଆରପିଏଫର  ସ୍ୱତନ୍ତ୍ର  କ୍ୟାମ୍ପ  କରିବା ପାଇଁ ଯୋଜନା ରହିଛି ।  ୨୦୨୬ ସୁଦ୍ଧା   ସରଣ୍ଡା ଜଙ୍ଗଲରୁ ମାଓ ନିପାତ  ପାଇଁ ଲକ୍ଷ୍ୟ ରଖିଛି  ସୁରକ୍ଷା ବାହିନୀ  ସୁନ୍ଦରଗଡ ବାଙ୍କୋରୁ  ବାରୁଦ ଲୁଟ ପରେ ସରଣ୍ଡା ଜଙ୍ଗଲରେ  ମାଓବାଦୀ  ଥିବା ସ୍ପଷ୍ଟ ହୋଇଥିଲା ।  ଦୀର୍ଘ ୧୦ ଦିନ ପରେ  ଅପରେସନ ଚଲାଇବା ପରେ   ଲୁଟ ହୋଇଥିବା ୫ ଟନ ବାବଦରୁ ପ୍ରାୟ ୪ଟନ ଉଦ୍ଧାର କରିଥିଲେ ମିଳିତ ସୁରକ୍ଷା ବାହିନୀ ।  କିନ୍ତୁ ଅବଶିଷ୍ଟ ବାରୁଦ ଏଯାଏଁ ଉଦ୍ଧାର ହୋଇପାରିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking