ଭୁବନେଶ୍ୱର: ବିଧାନସଭାରେ ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ଗୃହରେ ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ । ମିଶ୍ରଣ ପରେ ବନ୍ଦ ସ୍କୁଲ ଖେଲିବା ପ୍ରସଙ୍ଗରେ ଉତ୍ତର ରଖୁଛନ୍ତି ଗଣଶିକ୍ଷା ମନ୍ତ୍ରୀ । କହିଲେ ସ୍କୁଲ ଖେଲିବା ନୀତିଗତ ନିଷ୍ପତ୍ତି । ପୂର୍ବ ସରକାର ତରବରିଆ ଭାବେ ନିଷ୍ପତ୍ତି ନେଇଥିଲେ । ବିଚାର ନକରି କମ୍ ପିଲାଥିବା ସ୍କୁଲ ବନ୍ଦ ହେଲା । ରାଜ୍ୟର ୫ ହଜାର ୬୩୨ଟି ସ୍କୁଲ ମିଶ୍ରଣ କରିଥିଲେ । ୧୦୦ ମିଟର ବ୍ୟବଧାନରେ ଥିଲା ସ୍କୁଲ । ୨୧୫୨ଟି ସାଟେଲାଇଟ୍ ସ୍କୁଲକୁ ମିଶ୍ରଣ କରାଯାଇଛି । ନିହାର ମହାନନ୍ଦଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର । ଉତ୍ତର ରଖିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।