ଭୁବନେଶ୍ୱର: ଦୀଘାରେ ଜଗନ୍ନାଥ ଧାମ ଲେଖା ପ୍ରସଙ୍ଗରେ ଗଜପତି ମହାରାଜ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଜଗନ୍ନାଥ ଧାମ କେବଳ ପୁରୀକୁ ହିଁ ବୁଝାଏ । ବିଶ୍ୱରେ ଯେଉଁଠି ବି ମନ୍ଦିର ହୋଇଛି, ଏମିତି ନାମକରଣ ହୋଇନି । ଏନେଇ ମୁକ୍ତିମଣ୍ଡପ ପଣ୍ଡିତ ଓ ଶଙ୍କରାଚାଯ୍ୟଙ୍କ ସହ ଆଲୋଚନା ହୋଇଛି । ଏନେଇ ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରନ୍ତୁ । ଦୀଘା ମନ୍ଦିରରୁ ଧାମ ନାମ ହଟାଇବାକୁ ଆଲୋଚନା ହେଉ । ପ୍ରସଙ୍ଗକୁ ନେଇ ଇସ୍କନ ପକ୍ଷରୁ ଆପତ୍ତି ନଉଠିବା ଆଶ୍ଚଯ୍ୟଜନକ ଅଟେ । ମହାପ୍ରଭୁଙ୍କ ପରମ୍ପରା ଉଲ୍ଲଙ୍ଘନ ହେବା ଉଚିତ ।