27.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶଦିଲ୍ଲୀର ବିକାଶ କେବଳ ବିଜେପି ହିଁ କରିପାରିବ: ମୋଦୀ

ଦିଲ୍ଲୀର ବିକାଶ କେବଳ ବିଜେପି ହିଁ କରିପାରିବ: ମୋଦୀ

ନୂଆଦିଲ୍ଲୀ: ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଜୋରସୋରରେ ଚାଲିଛି। ଏହି ସମୟରେ, ରୋହିଣୀରେ ଅନୁଷ୍ଠିତ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ସେହିପରି ସେ ଦିଲ୍ଲୀର ବିକାଶ ସମ୍ପର୍କରେ ନିଜର ମତ ରଖିବାକୁ ଯାଇ କହିଛନ୍ତି, ଆଗାମୀ ୨୫ ବର୍ଷ ଭାରତ ଏବଂ ଦିଲ୍ଲୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏହି ବର୍ଷଗୁଡ଼ିକରେ ଭାରତ ଏକ ବିକଶିତ ଭାରତରେ ପରିଣତ ହେବ। ଏହି ଅବସରରେ ମୋଦୀ କହିଛନ୍ତି ଯେ, ଦିଲ୍ଲୀର ବିକାଶ କେବଳ ବିଜେପି ହିଁ କରିପାରିବ। ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ଦିଲ୍ଲୀ ପାଇଁ ଏକ ଆପ୍‌ଦା (ବିପଦ)। ଏହି ବିପଦପୂର୍ଣ୍ଣ ଦଳ ଦିଲ୍ଲୀର ଗତ ୧୦ ବର୍ଷର ସମୟକୁ ନଷ୍ଟ କରିଦେଇଛି। ତେବେ ଏବେ ସମୟ ଆସିଯାଇଛି। ଦିଲ୍ଲୀରେ ଏଥର ପଦ୍ମ ଫୁଟିବ। ଦିଲ୍ଲୀର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ପାଇଁ ବିଜେପିକୁ ଭୋଟ୍ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆମେ ୨୦୨୫ରେ ଅଛୁ। ଏକବିଂଶ ଶତାବ୍ଦୀରୁ ୨୫ ବର୍ଷ ବିତିଯାଇଛି, ଅର୍ଥାତ୍ ଏକ ଚତୁର୍ଥାଂଶ ଶତାବ୍ଦୀ ବିତିଯାଇଛି। ଆପ ପାଖରେ ଲୋକଙ୍କ ପାଇଁ କଣ କାର୍ଯ୍ୟ କରାଯାଇଛି ତାହାର ହିସାବ ନାହିଁ।

ଅନ୍ୟ ଏକ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦିଲ୍ଲୀ-ମିରଟ ନମୋ ଭାରତ କରିଡରର ୧୩ କିଲୋମିଟର ଅତିରିକ୍ତ ଅଂଶର ଲୋକାର୍ପଣ କରିଛନ୍ତି। ବର୍ତ୍ତମାନ ସାହିବାବାଦ ଏବଂ ନୂଆ ଅଶୋକ ନଗର ମଧ୍ୟରେ ଯାତ୍ରା କରୁଥିବା ଲୋକମାନେ ଏହା ଦ୍ୱାରା ଉପକୃତ ହେବେ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ସାହିବାବାଦ ଆରଆରଟିଏସ ଷ୍ଟେସନରୁ ନୂଆ ଅଶୋକ ନଗର ଆରଆରଟିଏସ ଷ୍ଟେସନ ପର୍ଯ୍ୟନ୍ତ ନମୋ ଭାରତ ଟ୍ରେନରେ ଚଢ଼ିଥିଲେ। ଏହି ସମୟରେ ସେ ଅନେକ ପିଲାଙ୍କୁ ଭେଟିଥିଲେ । ଏହି ପିଲାମାନେ ପିଏମ ମୋଦୀଙ୍କୁ ଅନେକ ଉପହାର ଦେଇଥିଲେ, ଯେଉଁଥିରେ ଚିତ୍ରକଳା ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା। ଏହି ପ୍ରକଳ୍ପର ଲୋକାର୍ପଣ ସହିତ ଦିଲ୍ଲୀ ଏବଂ ମିରଟ ମଧ୍ୟରେ ଯାତ୍ରା ପ୍ରକ୍ରିୟା ସହଜ ହେବ। ଏହା କେବଳ ଯାତ୍ରା ସମୟ ହ୍ରାସ କରିବ ନାହିଁ ବରଂ ସୁରକ୍ଷା, ନିର୍ଭରଯୋଗ୍ୟତା, ଉଚ୍ଚ ଗତି ଏବଂ ଆରାମଦାୟକ ଭ୍ରମଣ ଅଭିଜ୍ଞତା ମଧ୍ୟ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ରୋହିଣୀରେ ଥିବା କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ପ୍ରତିଷ୍ଠାନ (ସିଏଆରଆଇ)ର ନୂତନ କୋଠାର ମଧ୍ୟ ମୂଳଦୁଆ ପକାଇଛନ୍ତି। ଯାହାର ମୂଲ୍ୟ ପ୍ରାୟ ୧୮୫ କୋଟି ଟଙ୍କା ଆକଳନ କରାଯାଇଛି। ଏହି ନୂତନ କୋଠା ସ୍ୱାସ୍ଥ୍ୟ ଏବଂ ଔଷଧ କ୍ଷେତ୍ରରେ ଅତ୍ୟାଧୁନିକ ସୁବିଧା ଯୋଗାଇବ ଏବଂ ଏଥିରେ ଓପିଡି, ଆଇପିଡି ଏବଂ ଉତ୍ସର୍ଗୀକୃତ ଚିକିତ୍ସା ବ୍ଲକ ଭଳି ସୁବିଧା ରହିବ। ଯାହା ରୋଗୀ ଏବଂ ଗବେଷକଙ୍କ ପାଇଁ ଲାଭଦାୟକ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତ କରିବାକୁ ଯାଇ କହିଛନ୍ତି ଯେ, ଦିଲ୍ଲୀରେ ବିଜେପି ସରକାର ଆସିଲେ ଗୋଟିଏ ବି କଲ୍ୟାଣକାରୀ ଯୋଜନା ବନ୍ଦ ହେବ ନାହିଁ। ସୁତରାଂ ଦିଲ୍ଲୀବାସୀ ଆପ୍ ନେତାଙ୍କ ପ୍ରରୋଚନାରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking