କଟକ: ବାରବାଟୀ ଟି- ୨୦ ମ୍ୟାଚ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ । ହାତରେ ସପ୍ତାହେ ସମୟ ଥିବାବେଳେ ଆଜି ଅନଲାଇନରେ ଉପଲବ୍ଧ ହେବ ଟିକେଟ । ଗତ ମ୍ୟାଚ ତୁଳନାରେ ଏଥର ଟିକେଟ ସଂଖ୍ୟା ହ୍ରାସ ପାଇଛି । ଅର୍ଥାତ ୪ ହଜାର ପରିବର୍ତ୍ତେ ଏଥର ମାତ୍ର ୨ ହଜାର ଟିକେଟ ଦର୍ଶକଙ୍କ ପାଇଁ ଅନଲାଇନରେ ଉପଲବ୍ଧ ହେବ । ସେହିପରି ଅଫଲାଇନରେ ମଧ୍ୟ ଟିକେଟ ସଂଖ୍ୟା କମିଛି । ସେଠାରେ ଦର୍ଶକଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଓସିଏ କର୍ତ୍ତୃପକ୍ଷ । ଏହା ଦ୍ୱାରା ଗ୍ୟାଲେରୀ ସିଟ ୨ରୁ ଅଢେଇ ହଜାର ହ୍ରାସ ପାଇଥିବା ବେଳେ ୧୯ ଇଞ୍ଚ ବିଶିଷ୍ଟ ସିଟରୁ ୨୨ ଇଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି ।










