ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୋବାଇଲରେ ଅନଲାଇନ ଗେମ ଖେଳି ପୁଣି ଜଣଙ୍କର ଜୀବନ ଯାଇଥିବା ନେଇ ସୂଚନା ରହିଛି । ଅନଲାଇନ ଗେମ ଖେଳି , ଋଣ ଭାରରେ ବୁଡି ଆତ୍ମହତ୍ୟା କରିଥିବା ସେନେହ ହୋଇଛି । ସୂଚାନ ମୁତାବକ ୨୨ ବର୍ଷୀୟ ଯୁବକ ଜଣଙ୍କ ରେଲିଂ ଗେମ ଖେଳି ଋଣ ଭାର ରେ ବୁଡି , ମାନସିକ ଚିନ୍ତାରେ ରହି ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ବେଳେ , ରୁମ ଭିତରେ ଝୁଲି ପଡିଛନ୍ତି । ତେବେ ମୃତକ ଯୁବକ ଜଣଙ୍କ ହେଉଛନ୍ତି ଲିଙ୍ଗରାଜ ଥାନା ତିନି ମୁଣ୍ଡିଆ ଛକରେ ସଶାଙ୍କ ଶେଖର ଶତପଥୀ । ଘର ଲୋକ ଦେଖି ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିବା ବେଳେ, ଡାକ୍ତର ମୃତ ଘୋଷଣା କରିଥିଲେ , ତେବେ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିବା ସୂଚନା ରହିଛି ।