26.1 C
Bhubaneswar
Sunday, December 7, 2025
Homeଓଡିଶାଓଟିଇଟି ପରୀକ୍ଷା: ଆଜିଠୁ ନଭେମ୍ୱର୨୫ ମଧ୍ୟରାତ୍ରି ଯାଏଁ ଅନଲାଇନ ଆବେଦନ

ଓଟିଇଟି ପରୀକ୍ଷା: ଆଜିଠୁ ନଭେମ୍ୱର୨୫ ମଧ୍ୟରାତ୍ରି ଯାଏଁ ଅନଲାଇନ ଆବେଦନ

ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷା ପାଇଁ ଆଜିଠୁ ଅନଲାଇନ ଆବେଦନ ଆରମ୍ଭ ହେବ । ଆଜିଠୁ ନଭେମ୍ୱର୨୫ ତାରିଖ ମଧ୍ୟରାତ୍ରି ଯାଏଁ ଅନଲାଇନରେ ଆବେଦନ କରିପାରିବେ ପରୀକ୍ଷାର୍ଥୀ । ମାଧ୍ୟମିକ ଶିକ୍ଷା ପରିଷଦର www. bse odisha.in ୱେବସାଇଟରେ ଅନଲାଇନ ଆବେଦନ କରିପାରିବେ। ୱେବସାଇଟରେ ଓଟିଇଟି ପରୀକ୍ଷା ସଂପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ଡିସେମ୍ୱର ୧୦ ତାରିଖରେ ୱେବସାଇଟରୁ ନିଜ ନିଜ ଆଡମିଟ୍‌କାର୍ଡ ଡାଉନଲୋଡ କରିପାରିବେ ପରୀକ୍ଷାର୍ଥୀ । ଆସନ୍ତା ଡିସେମ୍ୱର ୧୭ ତାରିଖରେ ହେବ ଓଟିଇଟି ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଡିସେମ୍ୱର ୧୭ରେ ଓଟିଇଟି ପରୀକ୍ଷା ଦୁଇଟି ସିଟିଂରେ ହେବ । ସକାଳ ୯ଟାରୁ ଓଟିଇଟି ପେପର ୱାନ ପରୀକ୍ଷା ଆରମ୍ଭ ହୋଇ ସାଢେ ୧୧ଟାରେ ଶେଷ ହେବ । ସେହିପରି ଅପରାହ୍ଣ ୨ଟାରେ ପେପର-ଟୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ଣ ସାଢେ ୪ଟାରେ ସରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking