26.1 C
Bhubaneswar
Thursday, March 19, 2026
Homeଓଡିଶାରାଜ୍ୟ ସରକାରଙ୍କ ନୂଆ ନିୟମ ପାଇଁ ଗଲା ଜଣଙ୍କ ଜୀବନ

ରାଜ୍ୟ ସରକାରଙ୍କ ନୂଆ ନିୟମ ପାଇଁ ଗଲା ଜଣଙ୍କ ଜୀବନ

ଯାଜପୁର : ରାଜ୍ୟ ସରକାରଙ୍କ ନୂଆ ନିୟମ ପାଇଁ ଗଲା ଜନକ ଜୀବନ। ସୁଭଦ୍ରା ଆବେଦନ ଓ ରାସନ୍ କାର୍ଡ ଇ କେୱାୟିସି କରିବା ପାଇଁ ଯାଉଥିବା ବେଳେ ପାଣି ଖାଲରେ ପଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା କୋରେଇ ବ୍ଲକ ତୁଳତି ପଞ୍ଚାୟତରେ । ମୃତକ ଜଣକ ହେଲେ ଗଣେଶ ଚନ୍ଦ୍ର ଶିଆଳଙ୍କ ପୁଅ ୮ ବର୍ଷର ପୁଅ ସମ୍ବିତ। ଗଣେଶଙ୍କ ପରିବାର କଟକ ରେ ରହୁଥିବା ବେଳେ କେବଳ ସୁଭଦ୍ରା ଆବେଦନ ଓ ରାସନ୍ କାର୍ଡ ଇ କେଵୱାଇସି କରିବା ପାଇଁ ଗାଁ କୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି। ସମ୍ବିତ ଏକ ପାଣି ଖାଲରେ ପଡ଼ି ଯାଇଥିଲା। ଖୋଜାଖୋଜି କରି ପିଲାଟିକୁ ଘର ପାଖରେ ଥିବା ପାଣିଥିବା ଖାଲରୁ ଉଦ୍ଧାର କରାଯାଇଥିଲା। ସାଙ୍ଗେ ସାଙ୍ଗେ ମେଡିକାଲ ନିଆଯାଇଥିଲେ ହେଁ ସେଠି ଡାକ୍ତର ସମ୍ବିତ କୁ ମୃତ ଘୋଷଣା କରିଥିଲେ l ବାପା ମା କହିବା କଥା e-kyc କରିବାକୁ ଯାଇଥିବାରୁ ପିଲାଟିକୁ ହରାଇ ବସିଲେ l ସେଥିପାଇଁ ଯାଜପୁର ଜିଲାପାଳଙ୍କ କାର୍ଯ୍ୟ।ଳୟ ରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏଭଳି ନିୟମ କୁ ବନ୍ଦ କରିବାକୁ ଦାବି କରାଯିବା ସହ ମୃତ ପରିବାର ବର୍ଗଙ୍କୁ ରେଡକ୍ରସ ସହାୟତା ପାଇଁ ଦାବି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking