ନୂଆଦିଲ୍ଲୀ: ରାଜସ୍ଥାନର କୋଟା ଜିଲ୍ଲାରେ ଏକ ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ପୋଲିସ ସୂଚନା ଅନୁଯାଇ ଟନେଲ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଏକ ଅଂଶ । ଗତ କାଲି ରାତିରେ ରାମଗଞ୍ଜ ମାଣ୍ଡିର ମୋଡାକ ଅଞ୍ଚଳରେ ଏହାର ଏକ ଅଂଶ ଭୁଶୁଡି ପଡି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ , ୨ ଜଣ ଗୁରୁତର ହୋଇଛନ୍ତି । ଅଳିଆ ଆବର୍ଜନାରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଶ୍ୟାମଶର ସିଂଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆହତମାନେ ଚିକିତ୍ସିତ ହେଉଥିବା ନେଇ ପୋଲିସ କହିଛି । ଏହି ଦୁର୍ଘଟଣା ଘଟିବା ପରେ ପୋଲିସ ଏବଂ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏବଂ ଶ୍ରମିକ ଙ୍କୁ ଉଦ୍ଧାର କରିଥିଲେ ।