23.1 C
Bhubaneswar
Sunday, February 15, 2026
Homeଓଡିଶାବିସର୍ଜନ ବେଳେ ବାଣ ଫୁଟିବାରୁ ଜଣଙ୍କର ମୃତ୍ୟୁ

ବିସର୍ଜନ ବେଳେ ବାଣ ଫୁଟିବାରୁ ଜଣଙ୍କର ମୃତ୍ୟୁ

ନବରଙ୍ଗରପୁର : ନବରଙ୍ଗରପୁର ଜିଲ୍ଲା ଉମରକୋଟରେ ଅଘଟଣ । ବିସର୍ଜନ ବେଳେ ବାଣ ଫୁଟିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ଉମରକୋଟ ଶିବାଜୀନଗର ପୂଜା କମିଟି ପକ୍ଷରୁ ଗତକାଲି ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ପ୍ରୋସେସନ ଚାଲିଥିଲା। ଏହି ସମୟରେ ବାଣ ଫୁଟୁଥିବା ବେଳେ ଦୀପକ ହରିଜନକ ଉପରେ ନିଆଁ ଖସି ପଡ଼ିଥିଲା। ଉକ୍ତ ସମୟରେ ପ୍ରୋସେସନରେ ସାମିଲ ହୋଇଥିବା ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉମରକୋଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking