ଢେଙ୍କାନାଳ: ପୁଣି ଜୀବନ ନେଲା ଦନ୍ତା । କାଇମାଟି ପଞ୍ଚାୟତ ଲୋଚପଲ୍ଲୀରେ 3 ଜଣଙ୍କୁ ହାତୀ ମାରିବା ମାତ୍ର କିଛିଦିନ ନ ଯାଉଣୁ ପୁଣି ଆଜି କୃଷ୍ଣକୁମାରପୁରରେ ଜଣଙ୍କୁ କଚାଡି ମାରିିଛି ହାତୀ । ଦନ୍ତା ହାତୀ ଆକ୍ରମଣରେ ଜଣେ ଗାଈ ଚରାଳିର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ସଦର ଥାନା ଅନ୍ତର୍ଗତ କୃଷ୍ଣକୁମାରପୁର ଗ୍ରାମର ୫୫ ବର୍ଷୀୟ ଶତ୍ରୁଘନ ଗଡ଼ନାୟକ ବୋଲି ଜଣାପଡିଛି । କପିଳାଶ ବନାଞ୍ଚଳର କୃଷ୍ଣକୁମାରପୁର ଗ୍ରାମ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ଶତ୍ରୁଘନ ସବୁଦିନ ପରି ଆଜି ଗାଈ ଚରାଇବାକୁ ତାଙ୍କ ଗାଁ ପାଖ ଜଙ୍ଗଲ ନିକଟକୁ ଯାଇଥିଲେ । ତେବେ ଜଙ୍ଗଲରୁ ବାହାରକୁ ପଳାଇ ଆସିଥିବା ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଗୋଡ଼ାଇ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ତେବେ କିଛି ଦୂରରେ ଥିବା ଲୋକ ମାନେ ପାଟି କରିବାରୁ ହାତୀଟି ଛାଡି ପଳାଇଯାଇଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।










