18.1 C
Bhubaneswar
Sunday, February 8, 2026
Homeଓଡିଶାରାଜ୍ୟର ପ୍ରାୟ ଏକ ହଜାର କଲେଜର ଏକ ଲକ୍ଷ ଛାତ୍ରଛାତ୍ରୀ

ରାଜ୍ୟର ପ୍ରାୟ ଏକ ହଜାର କଲେଜର ଏକ ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର: ମା’ ଓ ଗଛ ଉଭୟ ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ମା’ର ସ୍ୱାସ୍ଥ୍ୟ ପାଇଁ ପିଲାମାନେ ଯେପରି ଚିନ୍ତା କରିଥାଆନ୍ତି, ଚାରା ଲଗାଇ ଗଛ ହେବା ପର୍ଯ୍ୟନ୍ତ ସେହିଭଳି ଚିନ୍ତା କରନ୍ତୁ ବୋଲି ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଆହ୍ୱାନ ଦେଇଛନ୍ତି । ଆଜି ‘ଏକ୍‌ ପେଡ୍‌ ମା’ କେ ନାମ-୨.୦’ ଅଧିନସ୍ଥ ସେପ୍ଟେମ୍ବର ୧୭ରେ ବିଶାଳ ଚାରାରୋପଣ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗ ସାମିଲ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ କହିଲେ ଯେ ସେପ୍ଟେମ୍ବର ୧୭ଦିନ ଓଡିଶାରେ ବିଶାଳ ଚାରାରୋପଣ ଅଭିଯାନ ଆୟୋଜିତ ହେଉଛି । ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଂକ ୭୫ ତମ ଜନ୍ମଦିବସରେ ୭୫ ଲକ୍ଷ ଚାରାରୋପଣ ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି, ପରିବେଶ ସୁରକ୍ଷା, ପ୍ରକୃତି ସଂରକ୍ଷଣ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରିୟ ରାଜ୍ୟ ଓଡିଶାକୁ ଏକ ହରିତ ଓ ସବୁଜିମାମୟ ଓଡିଶାରେ ପରିଣତ କରିବା ।

କଲେଜ ଛାତ୍ରମାନେ ଆଜିର ଯୁବଶକ୍ତି ଏବଂ ଆଗାମୀ ଭବିଷ୍ୟତରନିର୍ମାତା । ସେମାନଙ୍କର ଭୂମିକା ଏହି ଚାରାରୋପଣ ଅଭିଯାନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ କଲେଜ ଛାତ୍ର ଗୋଟିଏ ଚାରା ଲଗାଇ ସେହି ଚାରାକୁ ବଞ୍ଚାଇଲେ, ସେଥିରୁ ଲକ୍ଷାଧିକ ଗଛ ଆଗାମୀ ଦିନରେ ଆମକୁ ଛାୟା, ପାଣି, ଅମ୍ଳଜାନ ଓ ପରିବେଶର ସୁସ୍ଥତା ଦେଇପାରିବ । ଆଗାମୀ ପିଢ଼ିର ସୁସ୍ଥ ପରିବେଶ ଆମର ହାତରେ ଅଛି । ସେଥିପାଇଁ, ଆସନ୍ତୁ—ଆମେ ସମସ୍ତେ ସଙ୍କଳ୍ପ କରିବା, “ଗଛ ଲଗାଇବା, ଗଛ ବଞ୍ଚାଇବା —ହରିତ ଓଡିଶା ସୃଷ୍ଟି କରିବା ।” ଏକ ହଜାର କଲେଜର ଅନ୍ୟୁନ ଏକ ଲକ୍ଷ ଛାତ୍ରଛାତ୍ରୀ ଏହି ଚାରାରୋପଣ କାର୍ଯ୍ୟରେ ସାମିଲ ହେବେ । ପଞ୍ଚାୟତ ସ୍ତରରେ ଆଜି ସୁଦ୍ଧା ୪୦ ହଜାର ସ୍ଥାନ ସ୍ଥିରୀକୃତ ହୋଇସାରିଛି । ଜଙ୍ଗଲ ବିଭାଗର ୯୬୬ଟି ନର୍ସରୀରୁ ମାଗଣାରେ ଫଳ ଓ ଅନ୍ୟ ଉପକାରୀ ଗଛର ଚାରା ନେଇ ପଞ୍ଚାୟତ ସ୍ତରରେ ସ୍ଥିର କରାଯାଇଥିବା ୭ ହଜାରଟି ସ୍ଥାନରେ ଚାରାରୋପଣ କାର୍ଯ୍ୟ ଅନୁଷ୍ଠିତ ହେବ । ଏଥିରେ ମହାବିଦ୍ୟାଳୟଗୁଡିକର ୧ ଲକ୍ଷ ଛାତ୍ରଛାତ୍ରୀ ଓ ୩୦ ହଜାର କର୍ମଚାରୀ ଯୋଗଦେଇ ଚାରାରୋପଣ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବେ ବୋଲି ସେ ପ୍ରକାଶ କରିଥିଲେ ।

ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ୍‌ କହିଲେ ଯେ ଏହି ଚାରାରୋପଣ କାର୍ଯ୍ୟକ୍ରମକୁ ଏକ ଗଣଆନ୍ଦୋଳନରେ ପରିଣତ କରିବାକୁ ପଡ଼ିବ । ଏକ ଲକ୍ଷ ଛାତ୍ରଛାତ୍ରୀ ଓ ସ୍ଵେଚ୍ଛାସେବୀ ଏବଂ ୧୬ ହଜାର ୫୦୦ ମାଇଁ ଭାରତ ସ୍ଵେଚ୍ଛାସେବୀ ସମ୍ମିଳିତ ହୋଇ ଏହି ଚାରାରୋପଣ କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । କଲେଜ ପରିସରରେ ଓ ତିନିଚାରି କିଲୋମିଟର ଆଖପାଖରେ ସ୍ଥିରୀକୃତ ସ୍ଥାନଗୁଡ଼ିକରେ ଚାରାରୋପଣ କରାଯିବ । ଏହି ଚାରାଗୁଡ଼ିକ ଛଅ ମାସରୁ ଅଠର ମାସର ଏବଂ ଏଗୁଡ଼ିକର ସୁରକ୍ଷା ଦାୟିତ୍ୱ ମଧ୍ୟ ଛାତ୍ରଛାତ୍ରୀମାନେ ନେବେ । ମେରି ଲାଇଫ ପୋର୍ଟାଲରେ ଅପ୍‌ଲୋଡ୍‌ କରିବେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଶ୍ରୀ କାଳୀପ୍ରସନ୍ନ ମହାପାତ୍ର, କାମ୍ପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଜି. ରାଜେଶ, ପରିବେଶ ନିର୍ଦ୍ଦେଶକ ଶ୍ରୀ କେ. ଏସ୍‌. ପ୍ରଦୀପ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ଯଜ୍ଞେଶ୍ୱର ଦଣ୍ଡପାଟ, ଏନ୍‌ଏସ୍‌ଏସ୍‌ କୋର୍ଡିନେଟର ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ସୁଚିନ୍ତିତ ପରାମର୍ଶ ଦେଇଥିଲେ । ପ୍ରାୟ ୬୦୦ରୁ ଅଧିକ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଆଭାସି ମାଧ୍ୟମରେ ବୈଠକରେ ଯୋଗଦେଇ ଚାରାରୋପଣର ପୂର୍ବପ୍ରସ୍ତୁତି ସମ୍ବନ୍ଧରେ ଆଲୋକପାତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking