18.1 C
Bhubaneswar
Thursday, February 5, 2026
Homeଓଡିଶାସଡ଼କ ଦୁର୍ଘଟଣାରେ ଜଣେ ମୃତ

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର। ଏକ ସଡ଼କ ଦୁର୍ଘଟଣାରେ ଭଦ୍ରକ ସହରର  ବନ୍ତ ଛକ ନିବାସୀ  ଇଞ୍ଜିନିୟର ଦେବଦତ୍ତ ଷଡ଼ଙ୍ଗୀଙ୍କର ମୃତ୍ୟୁ ଘଟିଛି । ଦେବଦତ୍ତ ଗତକାଲି ବିଳମ୍ବିତ ରାତିରେ ଚରମ୍ପା ଆଡୁ ନିଜର ବାଇକ ଯୋଗେ ଘରକୁ ଫେରୁଥିଲେ। ୧୬ ନମ୍ବର ଜାତୀୟ ରାଜପଥ ଉପରେ  ଡାହାଣୀ ଗାଡ଼ିଆ ଛକ ନିକଟରେ ଠିଆ ହୋଇଥିବା ଏକ ଟ୍ରଲର ଗାଡ଼ିକୁ ପଛପଟୁ ତାଙ୍କ ବାଇକ୍ ଧକ୍କା ଦେଇଥିଲା। ଦୁର୍ଘଟଣାରେ ତାଙ୍କର ବେକର ଶିର କଟି ଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ରାତିରେ ତାଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ  ତାଙ୍କର ମୃତ୍ୟୁ ଘଟିଛି। ଦେବଦତ୍ତଙ୍କର ମୃତ୍ୟୁ ଖବର ଜଣାପଡିବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking