26.1 C
Bhubaneswar
Sunday, December 28, 2025
Homeଓଡିଶାହାଇୱା ଧକ୍କାରେ ଜଣେ ମୃତ

ହାଇୱା ଧକ୍କାରେ ଜଣେ ମୃତ

କଟକ: କଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇୱା ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । କଟକ ଜିଲ୍ଲାର ଜୟମଙ୍ଗଳା ପଞ୍ଚାୟତ ସମ୍ମୁୁଖରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତକଙ୍କୁ ଘୋରାଡିଆ ଗ୍ରାମର ପ୍ରକାଶ ବେହେରା ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ଆଜି ସକାଳେ ପ୍ରକାଶ କାମକୁ ଯାଉଥିବା ସମୟରେ ଏକ ବାଲି ବୋଝେଇ ହାଇୱା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ହାଇୱା ଟ୍ରକ ଡ୍ରାଇଭରଙ୍କୁ ଖୋଜିବା ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking