17.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଟ୍ରାକ୍ଟର ଓଲଟି ଜଣେ ମୃତ,୪ ଆହତ

ଟ୍ରାକ୍ଟର ଓଲଟି ଜଣେ ମୃତ,୪ ଆହତ

ନୂଆଦିଲ୍ଲୀ: ସୋମବାର ଇଟାୱା ଜିଲ୍ଲାର ଇକଡିଲ ଅଞ୍ଚଳରେ ଫସଲ ଅମଳ ପାଇଁ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ୧୩ ବର୍ଷୀୟ ବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରି ଜଣ ଶିଶୁ ଆହତ ହୋଇଥିବା ପୋଲିସ କହିଛି। ପୋଲିସର ସୂଚନା ଅନୁଯାୟୀ, ସକାଳ ପ୍ରାୟ ୮ଟା ସମୟରେ ଜାଖୋଲି-ଇନ୍ଧାଉଆ ରାସ୍ତାରେ ଧାନ ଅମଳ ପାଇଁ ନେଉଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଥ୍ରେସର୍ ତଳେ ଚାପି ହୋଇ ଘଟଣାସ୍ଥଳେ ମୃତ୍ୟୁବରଣ କରିଥିଲା। ପୋଲିସ କହିଛି ଯେ ଦୁର୍ଘଟଣାରେ ଟ୍ରାକ୍ଟରରେ ବସିଥିବା 4 ଜଣ ଆହତ ହୋଇଛନ୍ତି । ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ପିଲାମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇଥିଲା। ପିଲାଟିର ମୃତଦେହକୁ ଥ୍ରେସର୍ ତଳୁ ବାହାର କରି ପୋଷ୍ଟମର୍ଟମ୍ ପାଇଁ ପଠାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking