20.1 C
Bhubaneswar
Friday, December 26, 2025
Homeଓଡିଶାନୟାଗଡ ଗଙ୍ଗଲରୁ ଚିତାବାଘ ଛାଲ ସହ ଜଣେ ଗିରଫ

ନୟାଗଡ ଗଙ୍ଗଲରୁ ଚିତାବାଘ ଛାଲ ସହ ଜଣେ ଗିରଫ

ଭୁବନେଶ୍ୱର: ନାୟଗଡ ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଏନଏଚ୍‌-୫୭ ଦଶପଲ୍ଲା ଥାନା ନିକଟସ୍ଥ  ଖମାରସାହିରୁ ରବିବାର ଏକ ଚିତାବଘ ଛାଲ ଜବତ କରି ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍ । ଗିରଫ ଅଭୁଯୁକ୍ତ ଜଣଙ୍କ ହେଲେ ନୟାଗଜ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡର ବୈକୁଣ୍ଠ ଓରଫ ବୈରାଗି ବେହେରା(୪୪) । ସୂଚନାଯୋଗ୍ୟ ଯେ, ଏକ ବିଶେଷ ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍  ନାୟଗଡ ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଏନଏଚ୍‌-୫୭ ନିକଟସ୍ଥ ଖମାରସାହିରେ ଉକ୍ତ ଡିଭିଜନର କର୍ମଚାରୀ ସହ ଚଢ଼ଉ କରିଥିଲା । ସେଠାରେ ବୈରାଗି ଉକ୍ତ ଚିତାବାଘ ଠାଲକୁ ଚାଲାଣ କରିବା ପାଇଁ ଗ୍ରାହକଙ୍କ ଅପେକ୍ଷାରେ ଥିବା ବେଳେ ତାଙ୍କୁ ସେଠାରୁ କାବୁ କରାଯାଇଥିଲା । ସେଠାରୁ ତା ହେପାଜତରୁ ଏସ୍‌ଟିଏଫ୍‌କୁ ଚିତାବାଘ ଛାଲ ସମେତ ଅନେକ ଅପରାଧିକ ସାମଗ୍ରୀ ଜବତ ହୋଇଥିଲା । ଯାହା ଫଳରେ ସେଠାରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ସହ ଉକ୍ତ ଚିତାବାଘ ଛାଲର ପରିକ୍ଷା ପାଇଁ ଦେରାଦୁନ୍ ପଠାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking